STORYMIRROR

Sagarika Mohanty

Others

3  

Sagarika Mohanty

Others

ପରଂବ୍ରହ୍ମ

ପରଂବ୍ରହ୍ମ

1 min
14.6K


ହାତ ନଥିଲେ ନଥାଉ ,

ମୋ ଜୀବନ ଡଙ୍ଗାର ନାଉରୀ ହୁଅ ତୁମେ ।

ପାଦ ନଥିଲେ ନଥାଉ , ମୋ ଜୀବନ ଯାତ୍ରାର ସାଥୀ ହୁଅ ତୁମେ ।

ସମୟର ଡାଲା ଧରି ବୁଲୁଛି ମୁଁ ସତ !

ଶିଖରକୁ ଆଉ ମୋର ପାଉନି ହାତ !

ଦୁଃଖରେ ସୁଖରେ ମୁରୁକି ହସିବା ଶିଖିଛି ତୁମଠୁ ।

ଶରଧା ବାଲିରୁ ଶରଧା ଖୋଜିବା ଶିଖିଛି ତୁମଠୁ ।

ତୁମେ ତ ଅସୀମ ସୀମା ,

ଅଛି ନ ଅଛିର ଚରମ ସୀମା ,

ସତ କୁହ ମହାବାହୁ ,

ତୁମେ କଣ ବୁଝିନ !!!

ମୋ ଓଡିଶା ଯିବାର ଅଭିପ୍ରାୟକୁ ?

ମହାପ୍ରସାଦ , ପତିତପାବନ , ନୀଳଚକ୍ର , ଗରୁଡ ସ୍ତମ୍ଭରେ ବନ୍ଧା ପଡିଥିବା ମୋ ପ୍ରିୟ ପ୍ରାଣକୁ ?

ସତ କୁହ ନୀଳମାଧବ !

ତୁମେ କଣ ଜାଣିନ !!!

ମୋ ହୃଦୟ କନ୍ଦରର ଅଶାନ୍ତ ଢେଉକୁ ?

ବାଙ୍କ ଚାହାଣୀକୁ ଦେଖିବାର ଇଚ୍ଛା,

ଅବଢା ତୋରାଣି ଚାଖିବାର ଇଚ୍ଛା ,

ମହା ବ୍ୟାପ୍ତ ସମୁଦ୍ରରେ ଖେଳିବାର ଇଚ୍ଛା ,

ଘୁ ଘୁ ଦକ୍ଷିଣା ପବନରେ ହଜିବାର ଇଚ୍ଛା ,

ମୋ ହୃଦୟରେ ବନ୍ଧା ପଡିଛି ବୋଲି ?

ଆଉ ମୋ ହୃଦୟ କଣ ତୁମ ଠାରୁ ଅଲଗା ???


Rate this content
Log in