STORYMIRROR

Sujata Routray

Others

3  

Sujata Routray

Others

ପରମ ତୃପ୍ତି

ପରମ ତୃପ୍ତି

1 min
275

ମନେ ପଡେ ପିଲାବେଳ

ସ୍କୁଲ୍ ଫେରନ୍ତା ସମୟ

ଘରେ ପହଞ୍ଚିବା ପରେ

ଭାରି ସରାଗରେ ବୋଉ

ବାଢିଦେଇଥିବା ପଖାଳ

କଂସା ଚାରିପଟେ କେତେ କଣ

ଶାଗଭଜା,ବଡିଚୁରା,ବାଇଗଣପୋଡା

ଆଳୁଭର୍ତ୍ତା ନହେଲେ ମାଛଭଜା

ସେସବୁ ଦେଖି ଭୋକ ବଢିଯାଏ

ବାସ୍ ଶିଘ୍ର ଶିଘ୍ର ଖାଇନିଏ

ତାପରେ ପରମ ତୃପ୍ତି

ଯାହା ପାଇନି ଆଜିଯାଏ

ଜାଣିଛି ବି ପାଇବିନି

ବୋଉ ହାତେ ଯାଦୁ ଥାଏ

ମୋ ହାତେ ନଥାଏ ।


Rate this content
Log in