ପରମ ତୃପ୍ତି
ପରମ ତୃପ୍ତି
1 min
280
ମନେ ପଡେ ପିଲାବେଳ
ସ୍କୁଲ୍ ଫେରନ୍ତା ସମୟ
ଘରେ ପହଞ୍ଚିବା ପରେ
ଭାରି ସରାଗରେ ବୋଉ
ବାଢିଦେଇଥିବା ପଖାଳ
କଂସା ଚାରିପଟେ କେତେ କଣ
ଶାଗଭଜା,ବଡିଚୁରା,ବାଇଗଣପୋଡା
ଆଳୁଭର୍ତ୍ତା ନହେଲେ ମାଛଭଜା
ସେସବୁ ଦେଖି ଭୋକ ବଢିଯାଏ
ବାସ୍ ଶିଘ୍ର ଶିଘ୍ର ଖାଇନିଏ
ତାପରେ ପରମ ତୃପ୍ତି
ଯାହା ପାଇନି ଆଜିଯାଏ
ଜାଣିଛି ବି ପାଇବିନି
ବୋଉ ହାତେ ଯାଦୁ ଥାଏ
ମୋ ହାତେ ନଥାଏ ।
