STORYMIRROR

Sukanti Hotta

Others

4  

Sukanti Hotta

Others

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ

1 min
365

ପ୍ରେମ ପରିଭାଷା ଅତି ଯେ ବିଚିତ୍ର

ସଂସାରଟା ଏହି ପ୍ରେମରେ ଜଡିତ

ପ୍ରେମ ବିନା ଲାଗେ ସବୁ କିଛି ତୁଚ୍ଛ

ପ୍ରେମ ଦ୍ୱାରାହିଁ ସଂସାର ଗଠିତ ll


ସଂସାର ମଧ୍ୟରେ ଶ୍ରେଷ୍ଠ ହିଁ ସମ୍ପର୍କ

ସମ୍ପର୍କରେ ଗଢ଼ା ସୁନ୍ଦର ବିଶ୍ୱ

ବିଶ୍ୱ ମଧ୍ୟରେ ପ୍ରେମ ଅଟେ ଶ୍ରେଷ୍ଠ

ପ୍ରେମ କରେ ନାହିଁ ସମ୍ପର୍କକୁ ଧ୍ୱଂସ ll


ପ୍ରେମରେ ନଥାଏ ରାଗ ହିଂସା ଘୃଣା

ସତରେ ବଡ଼ ନିଆରା

ଭକ୍ତି, ସ୍ନେହ ଆଉ ଶ୍ରଦ୍ଧାର ସମ୍ପର୍କ

ସ୍ୱର୍ଗ ସମ ଲାଗେ ଧରା ll


ପ୍ରେମରେ ନଥାଏ ମିଥ୍ୟା ପ୍ରତାରଣା

ଲୁଣ୍ଠନ ଧର୍ଷଣ କଷଣ ଯାତନା

ଆତ୍ମା ମନର ମିଳନ ଯେ ହୁଏ

ନଥାଏ ପ୍ରେମରେ ବାହାନା ଛଳନା ll


ନଥାଏ ବନ୍ଧନ ନଥାଏ ଆକଟ

ସୂତାଖିଅ ଟିରେ ଛନ୍ଦା

ସେ ସୂତାଖିଅଟି ଅତି ଯେ କୋମଳ

ଜୀବନ ପଡଇ ବନ୍ଧା ll


ପ୍ରେମହିଁ ଶାନ୍ତି ପ୍ରେମ ଅହିଁସା

ପ୍ରେମ ଆଣିଦିଏ ବିଶ୍ୱରେ ଏକତା

ପ୍ରେମରେ ନଥାଏ ଉଚ୍ଚ ନୀଚ୍ଚ ଭାବ

ପ୍ରେମରେ ଥାଏ ସତ୍ୟ ଶିବ ସୁନ୍ଦରତା ll


ଯୁଗେଯୁଗେ ପ୍ରେମ ଅଜୟ ଅମର

ପ୍ରେମ ପାଇଁ ପରା ଦୁନିଆ ପାଗଳ

ପ୍ରେମ ଅମାନିଆ ସମୁଦ୍ର ଜୁଆର

ହଜି ଯାଆନ୍ତି ପ୍ରେମୀ ଯୁଗଳ ll


ସେ ଜୁଆରକୁ ଯେ କରେ ଅକ୍ତିଆର

ଘର ହୋଇଯାଏ ସ୍ୱର୍ଗ ଠୁଁ ସୁନ୍ଦର

ଶାନ୍ତି ମୈତ୍ରୀ ପ୍ରୀତି ସଦା ରହେ ସେଠି

ଦୁନିଆକୁ ସେ କରେ ଆଦର ll


ସୁକାନ୍ତି ହୋତା

ତାଳଚେର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍