STORYMIRROR

Sudhanjali Mishra

Others

3  

Sudhanjali Mishra

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
280

ଜୀବନରେ ସତେ ଆସନ୍ତି ଅନେକେ

ବନ୍ଧୁଭାବ ବହି ମନେ

ଦୁଃଖରେ ସୁଖରେ ଆମେ ଅଛୁ କହି

ହାସଲ କରନ୍ତି କାମେ ।।୧।।

ଭାବର ଆଦାନ ପ୍ରଦାନ କରନ୍ତି

ସତେ ସେ ପ୍ରକୃତ ବନ୍ଧୁ

ଠିକଣା ବେଳରେ ଜବାବ ଦିଅନ୍ତି

ଦିନରେ ଦେଖାଇ ଇନ୍ଦୁ ।।୨।।

ସରଳ ମନୁଷ୍ୟ ତଥାପି ବୁଝେନା

ସ୍ବାର୍ଥପର ବନ୍ଧୁଭାବ

ଛଳନା ମିଥ୍ୟାରେ ସହଜେ ଫଶଇ

ମିତ୍ରତାର ପରଭାବ ।।୩।।

ଚାଣକ୍ୟଙ୍କ ବାକ୍ୟ ହୋଇଅଛି ସତ୍ୟ

ପ୍ରକୃତ ବାନ୍ଧବ ସିଏ

ଯିଏ ଛଅ ସ୍ଥଳେ ଉପସ୍ଥିତ ହୋଇ

ବନ୍ଧୁଭାବ ବହିଥାଏ ।।୪।।

ଉତ୍ସବ ବ୍ୟସନେ ଦୁର୍ଭିକ୍ଷେ ଶ୍ମଶାନେ

ରାଜ ଦ୍ବାରେ,ରାଷ୍ଟ୍ରରଣେ

ଏହି ସ୍ଥଳେ ରହି ସାହାଯ୍ୟ କରଇ

ଗଣା ସେହି ବନ୍ଧୁପଣେ ।।୫।।

ପ୍ରକୃତ ବନ୍ଧୁ ତ ଦୂରେଇ ଯାଏନା

ଯେତେ ବିପଦ ଆସିଲେ

ଜାଣିଯିବା ଆମେ ତା'ର ପରିଚୟ

ପ୍ରକୃତ ବନ୍ଧୁ ପାଇଲେ ।।୬।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍