STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ପ୍ରକୃତ ବନ୍ଧୁ କିଏ ?

ପ୍ରକୃତ ବନ୍ଧୁ କିଏ ?

1 min
435

ଦୁନିଆର ଭିଡରେ

କିଏ ଆମ ପ୍ରକୃତ ବନ୍ଧୁ ଜାଣିହୁଏନି

ସମସ୍ତେ କୁହଁନ୍ତି

ଯେ ଦୁଃଖ ବିପଦ ଆପଦରେ

ଆମ ସହ ଠିଆ ହେଇଥାଏ

ସେ ଆମ ପ୍ରକୃତ ବନ୍ଧୁ

ଆମ ଦୁଃଖରେ ନୟନ ଝରେ

ତା ଆଖିରୁ

ଆମ ଖୁସିରେ ହେଇଯାଏ ଖୁସି

ଏମିତି ବନ୍ଧୁତା କେଉଁଠି

ଦେଖିବାକୁ ମିଳେନି

ଯେମିତି କୃଷ୍ଣ -ସୁଦମାଙ୍କ ସମ୍ପର୍କ

ଯେମିତି ବନ୍ଧୁ ମହାନ୍ତି ଓ ଜଗନ୍ନାଥଙ୍କ ସମ୍ପର୍କ

ମୋ ଜୀବନ କାଳ ସ୍ଵଳ୍ପ

ପ୍ରଭୁ ମୋର ବନ୍ଧୁ ହେବେ

ସେ ଭାଗ୍ୟ ମୋର କାହିଁ ...?

ମୁଁ କିନ୍ତୁ ସଦା

ସେଇ ନୀଳାଚଳିଆକୁ ମୋର ପ୍ରକୃତ ବନ୍ଧୁ ଭାବେ

ଶୟନ,ସ୍ୱପ୍ନ କି ଜାଗ୍ରତ ଅବସ୍ଥାରେ ଚିନ୍ତା କରେ

ତାଙ୍କ ଚକା ଆଖି କଥା

ସାର ଜଗତ ପଛେ ବାଧା ଦିଅନ୍ତୁ

ପ୍ରଭୁ ତୁମ ରୁହ ପଛେ ତୁମ ସୁଖର ସିଂହ ଦୁଆରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍