ପ୍ରକୃତ ବନ୍ଧୁ କିଏ ?
ପ୍ରକୃତ ବନ୍ଧୁ କିଏ ?
1 min
430
ଦୁନିଆର ଭିଡରେ
କିଏ ଆମ ପ୍ରକୃତ ବନ୍ଧୁ ଜାଣିହୁଏନି
ସମସ୍ତେ କୁହଁନ୍ତି
ଯେ ଦୁଃଖ ବିପଦ ଆପଦରେ
ଆମ ସହ ଠିଆ ହେଇଥାଏ
ସେ ଆମ ପ୍ରକୃତ ବନ୍ଧୁ
ଆମ ଦୁଃଖରେ ନୟନ ଝରେ
ତା ଆଖିରୁ
ଆମ ଖୁସିରେ ହେଇଯାଏ ଖୁସି
ଏମିତି ବନ୍ଧୁତା କେଉଁଠି
ଦେଖିବାକୁ ମିଳେନି
ଯେମିତି କୃଷ୍ଣ -ସୁଦମାଙ୍କ ସମ୍ପର୍କ
ଯେମିତି ବନ୍ଧୁ ମହାନ୍ତି ଓ ଜଗନ୍ନାଥଙ୍କ ସମ୍ପର୍କ
ମୋ ଜୀବନ କାଳ ସ୍ଵଳ୍ପ
ପ୍ରଭୁ ମୋର ବନ୍ଧୁ ହେବେ
ସେ ଭାଗ୍ୟ ମୋର କାହିଁ ...?
ମୁଁ କିନ୍ତୁ ସଦା
ସେଇ ନୀଳାଚଳିଆକୁ ମୋର ପ୍ରକୃତ ବନ୍ଧୁ ଭାବେ
ଶୟନ,ସ୍ୱପ୍ନ କି ଜାଗ୍ରତ ଅବସ୍ଥାରେ ଚିନ୍ତା କରେ
ତାଙ୍କ ଚକା ଆଖି କଥା
ସାର ଜଗତ ପଛେ ବାଧା ଦିଅନ୍ତୁ
ପ୍ରଭୁ ତୁମ ରୁହ ପଛେ ତୁମ ସୁଖର ସିଂହ ଦୁଆରେ
