ପ୍ରଜାପତିର ଡେଣା-ପନ୍ଦର
ପ୍ରଜାପତିର ଡେଣା-ପନ୍ଦର
1 min
13.1K
ନିଆଁ କେତେ ତପ୍ତ ,
କେତେ ସୁନ୍ଦର,
ଟିକି ଡେଣା ତୋର ଜଳିଯିବ
ହୁଏତ ତୁ ବି,
ବସନା ସେଇଠି ।
ଜଙ୍ଗଲ ଜଳିଲେ ଗଛ ଜଳେ,
ଫୁଲ,ଫଳ ,ପତ୍ରର ପୃଥିବୀ ବିବର୍ଣ୍ଣ ।
ତୋତେ ଜଳିବାକୁ ହେବ
ବହୁତ ଦୂରୁ ,
ନିଆଁ ଲଗାଇଥିବା ଲୋକେ
ଘର୍ମାକ୍ତ ହେଇ ଫେରିବେ
ନିଜେ ଲଗାଇଥିବା ଜ୍ଵାଳା ପାଇଁ
ତୋ ଠାରୁ ମଲମ ।
ଯୁଦ୍ଧ ତ ସରେନା କେବେ ,
ଯୁଦ୍ଧ ନିରବି ଯାଏ କିଛି ମୂହୁର୍ତ୍ତ
ବିଶ୍ରାନ୍ତି ପାଇଁ ।
ନିବିଡ ଅନ୍ଧାରେ ସାଇତି ରଖ ତୋ ଡେଣା,
ତୋ ଡେଣାରେ ହି ବସନ୍ତ
ବଗିଚାର ଫୁଲ ।
