STORYMIRROR

ASWINI DASH

Others

2  

ASWINI DASH

Others

ପ୍ରଜାପତିର ଡେଣା-ଏକ

ପ୍ରଜାପତିର ଡେଣା-ଏକ

1 min
13.1K


ବହୁତ ସୁନ୍ଦର ଉଡିବା ଦୃଶ୍ୟ,

ଅଦ୍ଭୁତ ଶକ୍ତିରେ ମନ୍ତ୍ରିତ ପକ୍ଷଯୋଡି ।


ସୁରଭି ଛୁଇଁ ଛୁଇଁ ଯାଏ ,

ପାଗଳ ପରି ଫୁଟିବାକୁ ଯନ୍ତ୍ରିତ ହୁଅନ୍ତି

ସେମାନେ,

ପ୍ରେମ ସତେ ଏତେ ଜୀବନ୍ତ ଓ ଅନ୍ଧାର !


ତୋ ସୁନ୍ଦରପଣର ମାଦକତା

ସେମାନଙ୍କୁ ନଷ୍ଟ କରେ ,

ସେଇ କଣ୍ଟା

ଚୁମ୍ବନକୁ କ୍ଷତାକ୍ତ କରେ ,

ଈର୍ଷାଳୁ ପାଖୁଡାମାନେ

ତୋତେ ଛୁଅନ୍ତି ,

ଆଘ୍ରାଣ କରନ୍ତି।


ତୀବ୍ରତର ବେଗ ତୋର,

ସମୁଦ୍ର ଲଂଘିବାର ସାହସ

ତୋ ମସ୍ତିଷ୍କରେ,


ପ୍ରାଣର ଅଦମ୍ୟ ଆକର୍ଷଣରେ

ବନ୍ଦୀ ସେମାନେ

ଶୁଙ୍ଘନ୍ତି

ଓ ଝଡିଯାନ୍ତି ।


ତୁ ବିଶ୍ଵାସ କର ବା ନ’କର

ସେଇ ପାହାଡ଼େ କଢିଟିଏ

ବର୍ଷତମାମ ଫୁଟୁଥାଏ ।


ତାକୁ କେବେ ଛୁଇଁବୁନି ,

ଛୁଇଁଲେ ଫୁଟିବାକୁ ବ୍ୟାକୁଳ ହେବୁ

ଉଡିପାରିବୁନି ।


Rate this content
Log in