STORYMIRROR

ASWINI DASH

Others

2  

ASWINI DASH

Others

ପ୍ରଜାପତିର ଡେଣା-ଚଉଦ

ପ୍ରଜାପତିର ଡେଣା-ଚଉଦ

1 min
14.2K



ତଳୁ ଉପର ଯାଏଁ ଚିତ୍ରିତ ଜୀବନ ,

ପାହାଚ ଦେଇ ହି ଚଢିବାକୁ ହୁଏ

ପକ୍ଷ ମେଲିଦେଲେ ବି

ସନ୍ଦିହାନ ଯାତ୍ରାର ଶେଷତମ ବିନ୍ଦୁ ।

ସେଇ ରାସ୍ତାରେ ପିମ୍ପୁଡି ଓ ଜନ୍ଦାମାନେ

ଯୁଦ୍ଧ କରନ୍ତି ,

କେବେ କେବେ ଚୁପ୍ଚାପ

କେବେ ଅନ୍ୟମନସ୍କ ।

ଚଢି ଚଢି ଯାଆ ତୁ,

ଏମିତି ଖସି ଖସି ଗଲା ପରେ ବି

ଚଢିବାର ଆନନ୍ଦ

ତୁ କଣ ଜାଣୁ !

ପାହାଚମାନଙ୍କରେ

କେତେ ଝଡବର୍ଷା ,ଟାଣଖରା ,

ଶିଉଳିର ଚିହ୍ନ,

କିଛି ପାଦର ଖସଡା ,

କିଏ ଜାଣେ କେତେ ଚଢିଥିଲେ,

କେତେ ପହଞ୍ଚିଲେ

ସମାପ୍ତିରେ ।

ଅନୁଭବ କଣ ଏତେ ସୂକ୍ଷ୍ମ ,

ପୁରା ଶ୍ଵାସ ନେଲା ପରେ

ଦେଖିବୁ

ପାହାଚ ତଳେ କେତେ ଭିଡ଼

ତୋ ଆଡେ ନିମଗ୍ନ

ମଝି ପାହାଚରୁ ।


Rate this content
Log in