STORYMIRROR

ASWINI DASH

Others

3  

ASWINI DASH

Others

ପ୍ରଜାପତିର ଡେଣା- ୬

ପ୍ରଜାପତିର ଡେଣା- ୬

1 min
13.4K


ଏମିତି ଗଭୀର ନିଦ୍ରାରେ ଉଲଗ୍ନ ,

କେମିତି ଶୋଇପାରୁଛୁ

ମଦର ନିଶାରେ ?

କାହାକୁ ଘୃଣା କରୁ!!

ନିଜକୁ

ନା ଯେଉଁମାନେ ଆଡେଇ ଚାଳନ୍ତି

ତୋତେ ।

ତୋ ଶେଜର ଫୁଲ

କଣ ତିଆରିପାରେ

ସ୍ଵପ୍ନର ପାଠ୍ୟକ୍ରମ!

ନିଜ ଆମନ୍ତ୍ରଣରେ ମଗ୍ନ ତୁ,

ଚକମକ ଛୁରୀର ଆଲିଙ୍ଗନ

ତୋତେ ମତୁଆଲା କରେ,

ଲହୁର ପିପାସା ତୋତେ ବିଦ୍ଧ କରେ ।

ସମୟର କଣ୍ଟା ପ୍ରତିକ୍ଷଣ କରେ

ଗୋଲାକାର ରାସ୍ତା,

ଆରମ୍ଭିବା ଜାଗାରେ ହିଁ

ସମାପ୍ତି ତୋର ଯାତ୍ରା ।

ତୋ ନଗ୍ନତାରେ ବିଭୋର ସେମାନେ

ନିଜ ପ୍ରତି ଅନ୍ୟମନସ୍କ,

କବାଟ ଖୋଲିବା ଆଗରୁ

ସଂଭୋଗ କର ନିଜ ସହ ,

ବା ପିନ୍ଧି ପକା ନିଜ ବସ୍ତ୍ର ।


Rate this content
Log in