STORYMIRROR

ASWINI DASH

Others

3  

ASWINI DASH

Others

ପ୍ରଜାପତିର ଡେଣା-୨

ପ୍ରଜାପତିର ଡେଣା-୨

1 min
14K


ପୃଥିବୀର ସବୁ ଦୃଶ୍ୟ ବଦଳିବେ,

ସବୁ ଫୁଲ,ପତ୍ର,ଫଳ

ଆଉ ସବୁ ଋତୁ ।

ମୁଁ ଜାଣେ

ବଦଳିବୁନି ତୁ ।

କିଛି ଦୂର ଯାଏଁ ଉଡିପାରିବୁ ତୁ,

ଏମିତି ସମୁଦ୍ର ବି ତୋର

ନିଜର ନୁହଁ ।

ତୁ ଯେବେ ଝୁଣ୍ଟି ଯିବୁ

ମୁରୁକି ହସିବେ ସେମାନେ।

ସୁନ୍ଦର ଡେଣା ଯୋଡ଼ି ତୋର

ଛାଇ ପରି

ତୋ ରାସ୍ତାରେ ।

ତୁ ବଦଳିଗଲେ

ସବୁ ଦୃଶ୍ୟ , ସବୁ ଜୀବନ୍ତ

ନିଜ ପଥ ଭୁଲିଯିବେ,

ସମୁଦ୍ର ଓ ଆକାଶ କୋଳେଇ ନେବେ ,

ଏହା ହିଁ ସବୁଠୁ ଆଶ୍ଚର୍ଯ୍ୟ

ମୁଁ ଜାଣେ ଓ ତୁ ବି।


Rate this content
Log in