STORYMIRROR

Ashok Kumar Pradhan

Children Stories

4  

Ashok Kumar Pradhan

Children Stories

ପ୍ରଜାପତି—@shok

ପ୍ରଜାପତି—@shok

1 min
24K

ଅନେକ ରଙ୍ଗର ଛିଟା ଛିଟା ପଡି 

କମନୀୟ ରଙ୍ଗ ରୂପେ, 

ଫୁଲରୁ ଫୁଲକୁ ଉଡି ବୁଲୁ ସିନା 

ମଧୁ ଆସ୍ବାଦନ ଆଶେ ll


ରୂପ ବିଭବରୀ ଅହେତୁକ ଠାଣି 

ଦେଖିଲେ ମନ ଉଛୁଳେ, 

କୁନି କୁନି ହାତ ଧରିବାକୁ ଯାଏ 

ଚୁପି ଚୁପି କୁତୁହଳେ ll


ଦେଖିଦେଲେ ମନେ ପଡେ ପିଲାଦିନ 

ଆଜି ବି ଝୁରୁଛି ମନେ, 

ବୋଉ ଗାଳିମାଡ ବାପାଙ୍କ ଆକଟ 

ଅପାଶୋରା ସବୁ ଦିନେ ll


ମନ ପ୍ରଜାପତି ଉଡ଼ି ବୁଲେ ମୋର 

ନାନା ଫୁଲ ବଗିଚାରେ, 

କଅଁଳ ପାଖୁଡା ନରମ ଶେଯରେ 

ମଧୁ ପିଇ ଆନନ୍ଦରେ ll


ତୁହି ସିନା ଜାଣୁ କେଉଁ ଫୁଲ ଦେହେ 

କେତେ ମିଠା ଅଛି ଭରି, 

ନିତି ପିଇ ପିଇ ହର୍ଷ ଉଲ୍ଲାସରେ 

ଜୀବନ ତ ଯାଏ ସରି ll


ଚପଳଛନ୍ଦା ତୁ ଅଳକାନନ୍ଦା 

ଭାରି ଚଗଲି ତୋ ଠାଣି, 

ମୋତେ ଭାରି ଭଲ ଲାଗେ ତୋର 

ଅବୁଝା ପିଲାଳିଆମୀ ll


ସଂବାଳୁଆରୁ ଅଟେ ତୋର ଜନ୍ମ 

ଭାବି ଚକିତ ବିହ୍ଵଳେ, 

ପ୍ରଜାପତି ସିନା ଭଲ ଲାଗେ ମୋତେ 

ସଂବାଳୁଆଠୁଁ ଦୂରେ ll


ପରିବର୍ତ୍ତନର ଦୁନିଆ ଚାଲିଛି 

କେହି ବାଦ୍ ପଡ଼ିବେନି, 

ତୁ ମୁଁ ସବୁ ଭୋଗିବା ନିଶ୍ଚୟ 

ଏହି ତ ଅଲିଭା ବାଣୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍