STORYMIRROR

Jayashree Maharana

Others

3  

Jayashree Maharana

Others

ପ୍ରିୟତମା

ପ୍ରିୟତମା

1 min
302

ହୃଦୟ କାଗଜେ ପ୍ରେମର ସ୍ୟାହୀରେ

ଲେଖିଦେଲି ପ୍ରିୟତମା

ଆତ୍ମାରୁ ନିଃସୃତ ତୁମରି ନାମକୁ

ଲିଭିବନି କେବେ ଜମା ।


ଆଗୋ ଚନ୍ଦ୍ରମୁଖୀ ଆଖି ଯାଏ ଲାଖି

ଦେଖିଦେଲେ ତୁମ ଛବି

ଅଜଣା ଆବେଗ ଭରିଯାଏ ମନେ

ସାଜିଯାଏ ମୁହିଁ କବି ।


ଶବ୍ଦର ଭଣ୍ଡାର ଭାବନାର ଝର

ଝରିଆସେ କଲମରୁ

ମରୁ ମରୀଚିକା ଜୀବନ ପଥରେ

ଫୁଟିଯାଏ ପ୍ରେମ ତରୁ ।


ପ୍ରୀତିର ପୁରବୀ ଛୁଇଁ ଛୁଇଁ ଯାଏ

ନିତି ମୋର ସପନରେ

ସାଇତି ରଖିଛି ତୁମକୁ ସଜନୀ

ମୋର ଆଖି ପଲକରେ ।


ତୁମ ହୃଦୟରେ ସ୍ଥାନ ଟିକେ ଦେଲେ

ଆତ୍ମା ମୋର ହେବ ତୃପ୍ତ

ଆତ୍ମା ସହ ଆତ୍ମା ମିଶିଯିବ ଯେବେ

ଆମ ପ୍ରେମ ହେବ ପୂତ ।



Rate this content
Log in