STORYMIRROR

PUSPALATA SAHOO

Others

3  

PUSPALATA SAHOO

Others

ପ୍ରିୟାର ହସ

ପ୍ରିୟାର ହସ

1 min
306

ଭାରି ଭଲ ଲାଗେ ତୁମ କଥା ପ୍ରିୟା 

ତୁମରି ଲାଜୁଆ ହସ 

ତୁମ ମିଠା କଥା ଚୋରା ଚାହାଣୀ ଓ 

କୋମଳ ହାତ ପରଶ !!


ହସରୁ ତୁମର ମୁକୁତା ଝରଇ 

ଓଠରେ ମଧୁର ଭାଷା 

ମନ କିଣି ନିଏ ହୃଦୟ ତ ଜିଣେ 

ଆଖି ଦେଖାଏ ଭରସା !!


ମଥାର ଟିକିଲି ହସେ ଖିଲିଖିଲି 

ଗାଏ ସେ ପ୍ରେମର ଗାଥା 

ନାଲି ପାଟ ଶାଢ଼ୀ ନୂଆ ଓଢଣୀ ମୋ 

କହେ କେତେ ନୂଆ କଥା !!


ତୁମେ ପାଶେ ଥିଲେ ସବୁ ଋତୁ ପରା 

ଫଗୁଣ ଫଗୁଣ ବାସେ 

ଫୁଲ ସାଥେ ମନ ମିଶି ଯାଏ ମୋର 

ତୁମ ସେ ଲାଜୁଆ ହସେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍