STORYMIRROR

Sandhya Rani Panigrahy

Others

3  

Sandhya Rani Panigrahy

Others

ପ୍ରିୟା ବରଷା ମୋର

ପ୍ରିୟା ବରଷା ମୋର

1 min
14.5K


ଆକାଶରେ ଆକାଶେ ବନ୍ୟା ମେଘର

ଭରା ଭରା ଯେତେକ ଆଖିରେ ଜୁଆର

ଖସି ପଡିବ କି ଟୋପା ଟୋପା

ଅଦିନିଆ ବରଷାର କି ଝଟକା

ବରଷିବ ଯଦି ଏ ବର୍ଷା ଅଦିନରେ

ପ୍ରିୟା ତୁମେ ଖୁବ୍ ପଡିବ ମନରେ

ଲାଜକୁଳୀ ତୁମେ ସୁନ୍ଦରୀ ମେଘ ମଲ୍ଲାର

ହସି ଦିଅ ଫିକ୍ କିନା ଦୂରୁ ଜୁହାର

ବର୍ଷାରେ ଭିଜିବାକୁ ଭାରି ମୋର ଇଚ୍ଛା

ତଥାପି ମନରେ ଭୟଟା କି ଅଛପା

ସତରେ କ’ଣ ତୁମେ ଆସିବ

ଆଉ ଏ ବର୍ଷାରେ ବରଷି ଯିବ

ତୁମେ ଆସ ମୁଁ ଚାହୁଁଛି ଏ ବର୍ଷା ନାଇ ପାଦରେ

ମୁଁ ହଜିବି ମୁଁ ଭିଜିବି ଆପାଦ ମସ୍ତକରେ

ବାଟରେ ଯିବ ଯଦି ବରଷି

ଅଯଥାରେ ତିନ୍ତିବି ନାହିଁ ଭରସି

ମାଟିର ବାସନା ଶୀତୁଆ ସନ୍ଧ୍ୟା କେରାଏ ପବନ

ଓଦାଳିଆ କେଶର ଟିପ୍ ଟିପା ପାଣି କରେ ସମ୍ମୋହନ

ଛାଟିହୁଏ ଛିଟିକି ଯାଏ ଗଭାର ଯେତେକ ପ୍ରେମ

ଧୀରେ ଧୀରେ ତନ୍ଦ୍ରା ଭରେ ଆଖିରେ ଆଖିଏ ସପନ…..


இந்த உள்ளடக்கத்தை மதிப்பிடவும்
உள்நுழை