ପରିସ୍ଥିତି ରୂପୀ ବିଦ୍ୟାଳୟ
ପରିସ୍ଥିତି ରୂପୀ ବିଦ୍ୟାଳୟ
ପରିସ୍ଥିତି ରୂପୀ ବିଦ୍ୟାଳୟକୁ
ଯିଏ ଯାଇଛି ଶିକ୍ଷା ଲଭିବାକୁ।
ଶିକ୍ଷାରେ ଦକ୍ଷତା ଯିଏ ଲଭିଛି
ଜୀବନ ଯୁଦ୍ଧରେ ସିଏ ଜିତିଛି।
ପ୍ରକୃତ ମଣିଷ ହୋଇ ପାରିଛି
ସବୁ ପରିସ୍ଥିତି ସାମ୍ନା କରିଛି।
ସେଥିରେ ଆନନ୍ଦ ଲାଭ କରିଛି
ଜୀବନ ସାର୍ଥକ ତାର ହୋଇଛି।
ଏକଥାକୁ ମିଛ ନମଣ ଭାଇ
ଅଧ୍ୟୟନ କର ଚଞ୍ଚଳ ଯାଇ।
ତାର ସମ୍ମୁଖୀନ ହୋଇଲେ ଥରେ
ବଳ ଆସିଯାଏ ମନ ମଧ୍ୟରେ।
ଦୃଢ଼ ମନୋବଳ ସହକାରେ ଗଲେ
ଜୀବନ ସଫଳ ହୋଇବ ଭଲେ।
ବାସ୍ତବିକ ଶିକ୍ଷା ଆମେ ପାଇବା
ତାହାକୁ ସର୍ବଦା ସମ୍ମାନ ଦେବା।
ଏଥିରେ ଆମର ମଙ୍ଗଳ ହେବ
ଈଶ୍ୱରଙ୍କ ଆଶୀର୍ବାଦ ମିଳିବ।
ଜୀବନ ଯୁଦ୍ଧରେ ନହାରି ଆମେ
ଜିତିବା ସର୍ବଦା ମରତ ଭୁମେ।
ଆସ ଭାଇ ଆମେ ସଚେତ ହେବା
ଏହି ବିଦ୍ୟାଳୟ ନିଶ୍ଚୟ ଯିବା।