ପରିମାଣ ଠାରୁ ଗୁଣ ମହତ୍ତ୍ୱ
ପରିମାଣ ଠାରୁ ଗୁଣ ମହତ୍ତ୍ୱ
1 min
142
ଉଜ୍ଜ୍ୱଳତା ଅଛି ମହତ୍ତ୍ୱ ବି ଅଛି
ସବୁ ରୂପା ଜିନିଷର
ସେହି ଦ୍ରବ୍ୟ ମଧ୍ୟେ ସୁବର୍ଣ୍ଣ ଦ୍ରବ୍ୟଟେ
ମନ ଜିଣେ ସଭିଙ୍କର ।
ଲକ୍ଷେ ରୂପା ମଧ୍ୟେ କିଞ୍ଚିତ ସୁବର୍ଣ୍ଣ
ସଂସାରରେ ମୂଲ୍ୟବାନ
ରଙ୍ଗ,ଗୁଣ ତା'ର ନିଆରା ବୋଲି ତ
ଫିକାଲାଗେ ପରିମାଣ ।
ପରିମାଣ ଠାରୁ ଗୁଣର ମହତ୍ତ୍ୱ
ପାଇଥାଏ ପୁରସ୍କାର
ସମାଜରେ ନିଶ୍ଚେ ହେବ ପ୍ରତିଷ୍ଠିତ
ଥିଲେ ତୁମ ସୁବିଚାର ।
କାର୍ଯ୍ୟରେ ପ୍ରକାଶି ନିଜର ମହତ୍ତ୍ୱ
ପାଇବ ଯେ ସ୍ନେହପ୍ରେମ
ଜୀବନେ ସର୍ବଦା ଚେଷ୍ଟିତ ହୋଇବା
କରିବାକୁ ଭଲକାମ ।
