STORYMIRROR

Jayashree Maharana

Others

2  

Jayashree Maharana

Others

ପ୍ରୀତି ନିବେଦନ

ପ୍ରୀତି ନିବେଦନ

1 min
2.9K

ଯେଉଁଦିନୁ ଗୋରୀ ଦେଖିଅଛି ତୋତେ

ହୃଦୟରେ ଘର କରି ନେଉଛୁ

ଆଖି ଆଗେ ତୋର ଛବି ନାଚୁଅଛି

ସତେକି ମନ୍ତର କରିଦେଇଛୁ ।


ଦାମୀ ଉପହାର ହୃଦୟ ମୋହର

ତୋ ପ୍ରୀତିରେ ଗୋରୀ ବନ୍ଧାପଡିଛି

ଶୟନେ ସପନେ ଅବା ଜାଗରଣେ

ଖିଆଲି ମନ ମୋ ତୋତେ ଝୁରୁଛି ।


ଏକ ମୁଁ ନନ୍ଦନ ବାପାମାଆଙ୍କର

ପ୍ରେମ ପାଠରେ ମୁଁ ନାଁ ଲେଖିଛି

ମନ ସିଲଟରେ ପ୍ରୀତିର କାଳିରେ

ନିଇତି ତୋହର ନାଁ ଘୋଷୁଛି ।


ପ୍ରୀତି ନିବେଦନ କରିବ ଗ୍ରହଣ

ମନ ତଳେ ଆଶା ବାନ୍ଧି ରଖିଛି

ପ୍ରତ୍ୟାଖ୍ୟାନ କଲେ ତୋ ଘର ଆଗରେ

ଧାରଣା ବସିବି କହିଦେଉଛି ।


ରାଜି ହେଲେ ଗୋରୀ ବୁଲେଇବି ପୁରୀ

ଯୋଜନା ଆଗରୁ କରିଦେଇଛି

ଝଗଡା କରିକି ବାପାଙ୍କ ସାଥିରେ

ତୋ ପାଇଁ ଗାଡିଟେ କିଣିରଖିଛି ।


ଜୀବନ ଜୀଇଁବୁ ମୋ ସାଥେ ଖୁସିରେ

ପ୍ରଭୁଙ୍କ ପାଶରେ କଥା ଦେଇଛି

ବିଶ୍ୱାସ ଭରଷା ଜିତିବ ତୋହର

ଭାବନା ଉନ୍ମୁକ୍ତ କରିରଖିଛି ।


କିଛି ନ ବିଚାରି ଆଲୋ ମୋ ସୁନ୍ଦରୀ

ରାଜି ହୋଇଯାଆ ଅଳି କରୁଛି

ତୋ ବିନା କେମିତି ବଞ୍ଚିବି କହୁନୁ

ଜୀବନ ତୋ ପାଶେ ବିକିଦେଇଛି ।


Rate this content
Log in