STORYMIRROR

Ashok Kumar Pradhan

Others

3  

Ashok Kumar Pradhan

Others

ପ୍ରୀତି କାଦମ୍ବିନୀ—@shok

ପ୍ରୀତି କାଦମ୍ବିନୀ—@shok

1 min
12.1K


ପ୍ରେମ ଏକ 

ଅସରନ୍ତି ଉତ୍ସ, 

ରାଗ ଅନୁରାଗ 

ପ୍ରୀତି ପ୍ରଣୟ —

ମେଘ ମହ୍ଲାର 

ବୀଣାଜିଣା ସ୍ବର, 

ପୃଥୀର କମ୍ପନ 

ମୃଦୁଳ ସ୍ପର୍ଶ ll


ଶୂନ୍ୟତା ଛଡା 

ପୂର୍ଣ୍ଣତା ଭରା 

ଯୋଗ ବିୟୋଗର ଅଙ୍କ 

ଅନୁଶୀଳନୀ ସମାଧାନ 

ଅଛିଣ୍ଡା ଗଣିତର 

ସମାଧାନୀ ସୂତ୍ର 

ଉତ୍ତର ମାଳା ll


ଗୋଟିଏ ହୃଦୟରୁ 

ଅନ୍ୟ ହୃଦୟକୁ 

ଶିଥିଳ ଓ ଗତିଶୀଳ 

ଆବେଗର ମାଇଲଖୁଣ୍ଟ 

ଏପାଖରୁ ସେପାଖର 

ସମତୁଲତା ହିସାବ ll


ଏକ ଆବଦ୍ଧ ପରିସୀମା 

ଆୟତନ ଅନୁସାରେ 

ଚାପାକଷ ଦେଇ 

ଅନବରତ ଭରିବାକୁ 

ପ୍ରୟାସରତ 

କ୍ଷୁଦ୍ର କ୍ଷୁଦ୍ର କଣିକା ଯା'ର 

ପ୍ରତି ରେଣୁ 

ସ୍ପର୍ଶରେ ପୁଲକ ll


ବିକଶିତ ହୃଦୟର 

ପ୍ରିତିପୂର୍ଣ୍ଣ ପରିଭାଷା 

ଛନ୍ଦାୟିତ ଲାସ୍ୟମୟୀ 

ନାୟିକାର ଘୁଙ୍ଗୁରର

ଯୁଗଳବନ୍ଦୀ

ଇତିହାସର ମୁକସାକ୍ଷୀ ll


କିରୀଟ ତଟିନୀ 

ସ୍ଵରା ଆହ୍ଲାଦିନୀ 

ଅଭିନ୍ନା ଅବନୀ 

ରଙ୍ଗ ତରଙ୍ଗିଣୀ 

ସ୍ତୁତି ଫୁଲ୍ଲ ପଲ୍ଲବିନୀ 

ଚାରୁ ଚିତ୍ରହାସିନୀ 

ଅଙ୍କଶାୟିନୀ 

ନିଟୋଳ ନୟନା

କାଦମ୍ବିନୀ ll


        

 



Rate this content
Log in