STORYMIRROR

pranati Mahapatra

Others

4  

pranati Mahapatra

Others

ପରୀକ୍ଷା

ପରୀକ୍ଷା

1 min
208

ପରୀକ୍ଷା


ମହାନ ଅଟେ ଏ ନାରୀ,

ଯେତେ ନିର୍ଯ୍ୟାତନା ପାଉ ସିଏ ପଛେ

ସଭିଙ୍କୁ ନିଏ ଆଦରି।

ଯେତେବେଳେ ସିଏ ଯାହା ପାଶେ ଥାଏ

ଦିଏ ତାଙ୍କୁ ସେବା, ଆଦର, ସମ୍ମାନ,

ଏନ୍ତୁଡି ଶାଳରୁ ଜୁଇ ନିଆଁ ଯାଏ

କରୁଥାଏ ସିଏ ଖାଲି ଦାନ,

ଖୋଜେ ନାହିଁ କେବେ ପ୍ରତିଦାନ।

ଯେତେ ସତୀନାରୀ ହେଉଥାଉ ପଛେ ଦିଏ ସତୀତ୍ଵର ପରୀକ୍ଷା,

ତଥାପି ଥାଏ ତା ପ୍ରତୀକ୍ଷା।

ଏତେ ପରୀକ୍ଷାର ସମ୍ମୁଖୀନ ପରେ 

ନ ଥାଏ ତା ରାଗରୁଷା,

ବୁଝେନାହିଁ କେହି କେବେ ଅବା ଥରେ

ତା କଅଁଳ ମନର ଭାଷା।

ସତୀ ସୀତା ଦିନେ ଜଳିଜଳି ପରା

ଦେଇଥିଲେ ଅଗ୍ନି ପରୀକ୍ଷା,

ତାଙ୍କ ଅପମାନ ଅସହ୍ୟ ହେବାରୁ

ଦୁଇଫାଳ ହେଲେ ଧରିତ୍ରୀ ମାତା।

ପାଞ୍ଚପତିଙ୍କର ଜାୟା ହୋଇ ଦିନେ

ଦୌପଦୀ ବିବସନା,

ଏତେ ତ୍ୟାଗ ପରେ ସରି ତ ନ ଥିଲା

ଯାଜ୍ଞସେନୀର ଯାତନା।

ଆଜି ଶତଶତ ନାରୀ ସତୀତ୍ଵ ପାଇଁ

ପ୍ରତିକ୍ଷଣ ଦିଅନ୍ତି ଅଗ୍ନି ପରୀକ୍ଷା,

ନିନ୍ଦା ରଟେ ଏ ସମାଜ ତାକୁ

ଦିଏ କୂଳଟାର ଆକ୍ଷା।

ସମାଜର ରୀତି ଆଣେ ମହାଭୀତି

ପୃଥିବୀ ହେଲାଣି ଟଳମଳ,

ଉତ୍କଳର ମାତା ଗୁମୁରି କାନ୍ଦୁଛି

ଆଖି ହୁଏ ସଦା ଛଳଛଳ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍