STORYMIRROR

Minakshi Samal

Others

3  

Minakshi Samal

Others

ପରୀକ୍ଷା

ପରୀକ୍ଷା

1 min
637


ଜୀବନଟା ପରୀକ୍ଷାରେ ଭରା

କେବେ କାଗଜ କଲମରେ ପରୀକ୍ଷା

ତ କେବେ ଜୀବନ ଯନ୍ତ୍ରଣାର.....

ଉଚ୍ଚା ନୀଚ୍ଚା ପାହାଡ ଗୁଡିକ

ଖାଲ ଖମା ଭରା ରାସ୍ତା ସବୁ

ଲଂଘିବାକୁ ହୁଏ ଗୋଟିଏ ପରେ ଗୋଟିଏ।

ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ହୁଏ

ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ।

କାଗଜ କଲମରେ ପରୀକ୍ଷା

ଓ ଅସଲି ଜୀବନର ପରୀକ୍ଷା

ଦୁଇଟି ପୃଥକ ପରସ୍ପର ଠାରୁ।

ଗୋଟିଏ ସରଳରେଖା ତ

ଅନ୍ୟଟି ବକ୍ରରେଖା

ଯାହା ଭିନ୍ନ ଭିନ୍ନ ସମସ୍ୟାର

ବୃତ୍ତ ମଧ୍ୟରେ ଆଉଟି ହେଉଥାଏ

ନିରନ୍ତର ,ଅହରହ ଓ ଅବିଶ୍ରାନ୍ତ ଭାବେ।

ଗଣିତର କିଛି ଅଙ୍କ ନେଇ

ଉତ୍ତୀର୍ଣ୍ଣ ହେଉ ବିଦ୍ୟାଳୟ ଠାରୁ

ମହାବିଦ୍ୟାଳୟ ଅବା ବିଶ୍ବ ବିଦ୍ୟାଳୟ ପର୍ଯ୍ୟନ୍ତ।

ଜୀବନ ଜୀବିକାର ଅନୁସନ୍ଧାନରେ

ପୁଣି କିଛି ଗଣିତର ଅଙ୍କକୁ ଅଧିକରୁ ଅଧିକ

ଜମାକରି ନିଜକୁ କୃତୀ ପ୍ରତିଯୋଗୀ

ଭାବେ ପ୍ରମାଣିତ କରିବାକୁ ହୁଏ।

ଏଥୁଅନ୍ତେ ଚାଲୁହୁଏ ଜୀବନ ର

ଅସଲି ପରୀକ୍ଷା

ଯେଉଁଥିରେ ଲୋଡାହୁଏ ଅନେକ କାରିଗରୀ.....

ସଂଘର୍ଷର ଘଡିସନ୍ଧି ମୁହୁର୍ତ୍ତରେ

ସ୍ଥିତପ୍ରଜ୍ଞ ହୋଇ ରହିବାକୁ ହୁଏ।

ସଂଗ୍ରାମର ମାନସାଙ୍କ ,ଲିଖିତାଙ୍କ ଗୁଡିକ

ସମାଧାନ କରୁକରୁ ଶିଖିଯାଉ ଅନେକ କିଛି

ଯାହା ପାଥେୟ ହୋଇଥାଏ ଭବିଷ୍ୟତ

ଜୀବନର ସଂଘର୍ଷ ପାଇଁ

ଆଗାମୀ ଦିନ ଗୁଡିକର ପରୀକ୍ଷା ପାଇଁ।


*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍