STORYMIRROR

Sunanda Mohanty

Others

3  

Sunanda Mohanty

Others

ପରୀକ୍ଷା

ପରୀକ୍ଷା

1 min
279

                       

କିଏ କହେ ସେ ଆସନ୍ତି ନାହିଁ                         

ଆସିବେ ନିଶ୍ଚେ ମୀରାଟିଏ ଗଲେ ହୋଇ 

ମହମବତୀ ଜଳାଇ ରଖିବି ଆଜି ମୁହିଁ 

କିଏ କହେ ସେ କିଛି ଶୁଣନ୍ତି ନାହିଁ 

ଶୁଣିବେ ନିଶ୍ଚୟ ରାଧାଟିଏ ହୋଇ 

ଦୀପଟିଏ ଜାଳି ବସିବି ଉଜାଗର ରହି 

କିଏ କହେ ସେ ଦିଅନ୍ତି ନାହିଁ 

ଦେବେ ନିଶ୍ଚେ ଦାସିଆ ବାଉରୀ ହୋଇ 

ନଡ଼ିଆ ବଦଳେ ଦେବି ଦୀପ ଟିଏ ଜଳାଇ 

କିଏ କହେ ସେ କିଛି କହନ୍ତି ନାହିଁ 

କହିବେ ନିଶ୍ଚୟ ବଂଶୀ ହାତେ ନେଇ 

ସେ ସ୍ୱର ଶୁଣିବି ଆଜି ହୃଦୟ ଦେଇ 

କିଏ କହେ ସେ କିଛି ଖାଆନ୍ତି ନାହିଁ 

ଖାଇବେ ନିଶ୍ଚେ ଭକ୍ତି ଲଡ଼ୁ ଦେଲେ ଥୋଇ 

ଦୀପ ଆଲୋକ ଶିଖା ରେ ଦେଖି ନେବି ମୁହିଁ 

କିଏ କହେ ସେ କିଛି ମାଗନ୍ତି ନାହିଁ 

ମାଗି ନେବେ ଭକ୍ତି ରସ ଥରେ ଦେଲେ ଗାଇ 

ଚାରିଆଡେ ବଂଶୀ ସ୍ୱର ଶୁଭିବ ରହି ରହି 

କିଏ କହେ ସେ କିଛି ଦିଅନ୍ତି ନାହିଁ 

ସବୁ ଦେଇଛନ୍ତି ବିଶ୍ୱରେ ଅଛି ଯେତେ ଯହିଁ 

ବୁଝି ଅବୁଝା ହେବା ମଣିଷ ଧର୍ମ ଅଟଇ 

ଆଜି ଆଉଥରେ ଚାଲ ଆଲୋକ ଜଳାଇ 

ଦେଖିବା କେମିତି କିଛି କହି ଶୁଣି କରିବେ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍