STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ପରିଚୟ

ପରିଚୟ

1 min
396

ଏଇ ଯେଉଁ ବଦଳି ଯାଉଥିବା

ପ୍ରଚ୍ଛଦ ପଟରେ

ତୁମେ ଯେମିତି ହଜେଇ ଆସିଛ

ତୁମ ବାସ୍ତବ ଚେହେରାଟିକୁ 


ଆଇନାକୁ ଘଷି ଘଷି

ମସୃଣ କରିବା ପରିବର୍ତ୍ତେ

ତୁମେ ହରେଇ ବସିଛ

ନିଜକୁ ଚିହ୍ନିବାର ଶେଷ ସୁଯୋଗଟିକୁ 


ଏ ନିରୁର୍ଦ୍ଦିଷ୍ଟ ପରିଚୟ ନେଇ

ବଞ୍ଚିବା ଦେହସୁହା ହୋଇଗଲା ପରେ

ତୁମ ଫେରିବା କି ନଫେରିବାର ଦ୍ଵନ୍ଦ

ମୁଁ ଠିକ ବୁଝିପାରୁଛି।



Rate this content
Log in