ପରିବାର
ପରିବାର
1 min
11.8K
ପରିବାର ସେତ ମେରୁଦଣ୍ଡ
ଜୀବନ ଜୀବିକା ପାଇଁ
ସ୍ନେହ ଆଉ ପ୍ରେମ ଦୁଇଟି ଅକ୍ଷର
ବହୁଥାଏ ନଦୀ ହୋଇ l
ସେ ନଦୀର ଢେଉ ମମତା ଓ ପ୍ରୀତି
ମୈତ୍ରୀ ପୁଣି ଭକ୍ତି ଆଉ ସଦାଚାର
ସେଇଠୁ ଆରମ୍ଭ ସେଇଠୁ ଇତି ସଂସାର
ସେଠୁ ରାଜନୀତି, ଭାତୃପ୍ରେମ ଭିତ୍ତି
ଶିଷ୍ଟାଚାର ଓ ଲୋକାଚାର l
ପିତା ଧର୍ମ ମାତା ସ୍ୱର୍ଗ
ଆଚାର ବେଭାର ସଦିଛାରେ ଭରପୁର
ଶିକ୍ଷା ପାଏ ଶିଶୁ ହେବାକୁ
ଭବିଷ୍ୟତ କର୍ଣ୍ଣଧାର l
ପରିବାରେ ବାସ ବ୍ରହ୍ମହା ବିଷ୍ଣୁ ମହେଶ୍ୱର
ସ୍ୱର୍ଗେ ପରୀମାନେ କଥା ହେଉଥାନ୍ତି
ଦେଖିଯିବା ଚାଲ, ମର୍ତ୍ୟରେ
ପରିବାର ଅମୃତ ଝର l
