STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ପରିବାର ଆସକ୍ତ ସମୟ

ପରିବାର ଆସକ୍ତ ସମୟ

1 min
129

ପିତା ମାତା ଜେଜେବାପା ଜେଜେମାଆ

ଭଉଣୀ ସାଙ୍ଗରେ ଥାଏ,

କକା ଖୁଡି ଭାଇ ଭାଉଜକୁ ନେଇ

ପରିବାର ଗଢା ହୁଏ ।୧।


ସ୍ନେହ ମମତାର ଡୋରିରେ ବନ୍ଧା

ପାରିବାରିକ ଜୀବନ,

ଦୁଃଖ ଯନ୍ତ୍ରଣାର କଷ୍ଟ ଲାଗେନାହିଁ

ସୁଖେ ବିତିଯାଏ ଦିନ ।୨।


ଆଜିର ସମାଜେ ପରିବାର ଶବ୍ଦ

ଧୀରେ ମଳିନ ପଡଇ,

ପୁଅ ପୁଅବୋହୂ ଆସକ୍ତ ନହୋଇ

ସହରେ ରହନ୍ତି ଯାଇ ।୩।


ବୃଦ୍ଧ ପିତା ମାତା ବୋଝ ଭାବି ମନେ

ପାଖରେ ରଖନ୍ତି ନାହିଁ,

ତାଙ୍କ ଦାନ ଭୁଲି ଦୁହିଁଙ୍କୁ ଛାଡନ୍ତି

ବୃଦ୍ଧା ଆଶ୍ରମରେ ନେଇ ।୪।


ସମୟ ବିତିଛି ଦିନ ବଦଳିଛି

ମାୟାରେ ବନ୍ଧା ମାନବ,

ଘର କଥା ଭୁଲି ପତ୍ନିର ସଙ୍ଗତେ

ଶଶୁର ଘରରେ ଭାବ ।୫।


ରାମଚନ୍ଦ୍ର ପରି ପୁତ୍ର ନାହିଁ କେହି

ବୁଝିବ ପିତାର ମନ,

ଭାଇ ସଙ୍ଗେ ଭାଇ କୃଷ୍ଣ ବଳରାମ

ଆଜିର ଯୁଗେ ସପନ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍