ପରିବାର ଆସକ୍ତ ସମୟ
ପରିବାର ଆସକ୍ତ ସମୟ
1 min
126
ପିତା ମାତା ଜେଜେବାପା ଜେଜେମାଆ
ଭଉଣୀ ସାଙ୍ଗରେ ଥାଏ,
କକା ଖୁଡି ଭାଇ ଭାଉଜକୁ ନେଇ
ପରିବାର ଗଢା ହୁଏ ।୧।
ସ୍ନେହ ମମତାର ଡୋରିରେ ବନ୍ଧା
ପାରିବାରିକ ଜୀବନ,
ଦୁଃଖ ଯନ୍ତ୍ରଣାର କଷ୍ଟ ଲାଗେନାହିଁ
ସୁଖେ ବିତିଯାଏ ଦିନ ।୨।
ଆଜିର ସମାଜେ ପରିବାର ଶବ୍ଦ
ଧୀରେ ମଳିନ ପଡଇ,
ପୁଅ ପୁଅବୋହୂ ଆସକ୍ତ ନହୋଇ
ସହରେ ରହନ୍ତି ଯାଇ ।୩।
ବୃଦ୍ଧ ପିତା ମାତା ବୋଝ ଭାବି ମନେ
ପାଖରେ ରଖନ୍ତି ନାହିଁ,
ତାଙ୍କ ଦାନ ଭୁଲି ଦୁହିଁଙ୍କୁ ଛାଡନ୍ତି
ବୃଦ୍ଧା ଆଶ୍ରମରେ ନେଇ ।୪।
ସମୟ ବିତିଛି ଦିନ ବଦଳିଛି
ମାୟାରେ ବନ୍ଧା ମାନବ,
ଘର କଥା ଭୁଲି ପତ୍ନିର ସଙ୍ଗତେ
ଶଶୁର ଘରରେ ଭାବ ।୫।
ରାମଚନ୍ଦ୍ର ପରି ପୁତ୍ର ନାହିଁ କେହି
ବୁଝିବ ପିତାର ମନ,
ଭାଇ ସଙ୍ଗେ ଭାଇ କୃଷ୍ଣ ବଳରାମ
ଆଜିର ଯୁଗେ ସପନ ।୬।
