ପରି ମନଙ୍କ ସୁରକ୍ଷା
ପରି ମନଙ୍କ ସୁରକ୍ଷା
1 min
23
ନାବାଳିକା ଗଣ ଦୁଷ୍କର୍ମ
କଥା ପକାଏ ଚହଳ।
ଅବିବେକି ନର ରାକ୍ଷସ
ସାଜି କରଇ ସକଳ।
ଦାନବଠୁ ହୀନ ପଶୁଟି
କାୟା କରଇ ବିସ୍ତାର।
ଯେଉଁଠାରେ ଛୋଟ ଶିଶୁଟି
ପାଏ ନାହିଁରେ ନିସ୍ତାର।
ଛଅବର୍ଷ ଶିଶୁ କନ୍ୟାଟି
ଯହିଁ ହୁଅଇ ଶିକାର।
ଯୁବାବସ୍ଥା କନ୍ୟା କିପରି
ହେବ କୁଟୀରୁ ବାହାର।
ସେଥିପାଇଁ ଭଦ୍ର ମଣ୍ଡଳୀ
ନିଜେ ନିଜକୁ ପଚାର।
ନାରୀଜାତି ପାଇଁ ସଦୟ
ହୋଇ କରରେ ବିଚାର।
ସଚେତନ ହୋଇ ସରବେ
ଆମେ ନ କରି ଅପେକ୍ଷା।
କରିବାକୁ ନେବା ଶପଥ
ପରି ମାନଙ୍କ ସୁରକ୍ଷା।
