STORYMIRROR

Sisir Kumar Samal

Others

3  

Sisir Kumar Samal

Others

ପ୍ରେମର ଵାଟ

ପ୍ରେମର ଵାଟ

1 min
288



ପ୍ରେମର ବାଟରେ ବାଟୋଇ ସାଜିଲି

ଗୋଲାପକୁ କରି ସାଥି,

ହୃଦୟ କାନ୍ଥରେ ଛବିଟେ ଆଙ୍କିଲି

ଗୋଲାପକୁ କରି ସ୍ମୃତି।


ମନ ଦରଜାରେ ସକାଳ ସଞ୍ଜରେ

ଦେଖୁଥିଲି ତୁମ ଛଵି,

ଆଖିରୁ ମୋ ନିଦ ଦରେଇ ଯାଇଛି

ତୁମକଥା ମନେ ଭାଵି।


ଆତତାୟୀ ପରି ରକ୍ତାକ୍ତ କରିଛ

ପ୍ରେମର ତିକ୍ଷ୍ଣ ଅସ୍ତ୍ରରେ,

ହୃଦୟକୁ ମୋର ଖଣ୍ଡଖଣ୍ଡ କରି

ଜାଳୁଛ ପ୍ରେମ ଜୂଇରେ।


ଶାନ୍ତିରେ ଶୋଇଵି ତୁମପାଇଁ ସାଥୀ

ଵିରହ ପ୍ରେମ ନିଆଁରେ,

ପ୍ରେମ ଦୁନିଆଁରୁ ଦୂରେଇ ମୁଁ ଯିବି

ସ୍ମୃତିକୁ ରଖି ସାଥିରେ ।


ଗୋଲାପ ସଦୃଶ ହୃଦୟରୁ ତୁମ

ଚିରଦିନ ଯିଵି ଚାଲି,

ଭାଵିଵନି କେଵେ ଶାନ୍ତିରେ ଵଞ୍ଚିଛି

ଗୋଲାପ ଫୁଲକୁ ଭୁଲି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍