ପ୍ରେମପ୍ରଣୟର ପ୍ରେଯସୀ
ପ୍ରେମପ୍ରଣୟର ପ୍ରେଯସୀ
1 min
265
ଯେବେ ମୋ ପ୍ରିୟା ଆସେ
ନଦୀରେ ଲହଡି ଭାଙ୍ଗି ହସେ
ଶିରିଶିରି ପବନ ଜୁଆରରେ
ଯୌବନର ଶିହରଣ ଖେଳରେ
ଚମ୍ପା ମଲ୍ଲୀ ଫୁଲ ଫିକା ହୋଇ ଯାଇଛି
ଯେବେ ପ୍ରିୟା ମୋ ପ୍ରୀତିରେ ହସିଛି
ଚନ୍ଦନର ବାସ୍ନାରେ ବିଭୋର ଈପସିତା
କାଉଁରୀ ଛୁଆଁରେ ତା ଭରା ମାଦକତା
ହସିଦେଇ ଫିକ୍ କରି ମନ ଲୁଭାଏ
ମନ ଦେଇ ମନ ନେଇ ଭଲପାଏ
ଅଭିମାନୀ ଭାରି ସେ ହୃଦୟରେ
ରାଗଟା ବି ଭଲଲାଗେ ସତରେ
ମିଠାହସ ତାର ଓଠ ମିଠା ରାଗିବା
ସବୁ ଦେଇ ହାରେ ସେ ଭଲପାଇବା
ଆକାଶକୁ ଚୁମିଯାଏ ରହିରହି ପୃଥିବୀ
ସାଗରରେ ମୁକ୍ତା ହଜେ ଯାଏ ପହଁରି
ତା ଛୁଆଁରେ ଲଜ୍ଜାନତ ଆଖି ଦୁଇଟି ସାଥି
ଭଲପାଏ ସତରେ ଏତେ ରୂପସୀ ସାଜି
ଫୁଲବନେ ମହକି ଉଠେ ତନୁ ଓ ମନ
ପୁଣିଥରେ ଆଶା ଜାଗେ ନେବାକୁ ଜନ୍ମ
କୁନ୍ତଳ ତା ଭଉଁରୀରେ ପହଁରି ବୁଲେ ପ୍ରେମ
ଗାଢ ଘନ କେଶରାଶିର ଅନ୍ଧକାର ଦର୍ପଣ
ଅଲସୀ ମାନସୀ ଭଲ ଲାଗେ ତା ମହକରେ
ବାଟୋଇ ମୁଁ ପୁଲକିତ ହୁଏ ଭାବନା ଭାରରେ
