STORYMIRROR

Kulamani Sarangi

Others

3  

Kulamani Sarangi

Others

ପ୍ରେମମୟୀ ରାଧା

ପ୍ରେମମୟୀ ରାଧା

1 min
14K


ପଚାରନ୍ତି ନାରଦଙ୍କୁ ଶ୍ରୀକୃଷ୍ଣଙ୍କ

ଅନ୍ତଃପୁର ରାଣୀଗଣ,

କାହିଁପାଇଁ ରାଧା ପ୍ରେମ ଶ୍ରେଷ୍ଠ ବୋଲି

କହନ୍ତି ଜଗତ ଜନ?।୧।

କହନ୍ତି ନାରଦ ଶୁଣିବାକୁ ଯେବେ ଇଚ୍ଛା

ମୁଁ କହିବି ସତ,

ଅପ୍ରିୟ ସତ୍ୟକୁ ହୃଦେ ସ୍ଥାନଦେଇ

ଉଣା ନକରିବ ଚିତ୍ତ।୨।

ତୁମ ପ୍ରେମ ହେଲେ ମର୍ତ୍ତ୍ୟର ଜାହ୍ନବୀ

ରାଧା ମନ୍ଦାକିନୀ ଧାରା,

ତୁମ ପ୍ରେମ ହେଲେ ରାଜଉଦ୍ୟାନ ସେ

ନନ୍ଦନ କାନନ ପରା।୩।

ତୁମ ପ୍ରେମ ହେଲେ ନଭ ତାରା, ରାଧା

ଜ୍ୟୋତ୍ସ୍ନାମୟୀ ପୂର୍ଣ୍ଣଶଶୀ,

ତୁମ ପ୍ରେମ ହେଲେ ପୁଷ୍ପମଧୁ, ରାଧା

ପୂର୍ଣ୍ଣ ଅମୃତ କଳସୀ।୪।

ତୁମପ୍ରେମ ହେଲେ ମୋହନ ମୁରଲୀ

ରାଧା ତାର ସୁର ଜାଣ,

ତୁମପ୍ରେମ ଦେବଦତ୍ତ ହେଲେ, ରାଧା

କୃଷ୍ଣଙ୍କର ପାଞ୍ଚଜନ୍ୟ।୫।

ଭାବ,ଭକ୍ତି, ପ୍ରୀତି,ସମର୍ପଣଭାବ

ନିର୍ଝରିଣୀ ରାଧାରାଣୀ,

ପ୍ଲାବିତ କରୁଛି ପ୍ରଭୁଙ୍କ ମନକୁ ଅହର୍ନିଶ

ଥାଅ ଜାଣି।୬।

ପାଶେ ନଥାଇ ବି ଚୀରନ୍ତନ କୃଷ୍ଣ ହୃଦେ

ରହିଛନ୍ତି ରାଧା,

ଏପରି ଶାଶ୍ବତ ପ୍ରେମ ପାଇଁ ପ୍ରେମମୟୀ

ଜଗତ ବନ୍ଦିତା।୭।

(ଦୁଇବର୍ଷ ତଳେ ଏ କବିତାଟି ଫେସ୍ ବୁକ୍ ରେ ପରେବେଷଣ କରିଥିଲି।ଆଜିମଧ୍ୟ ସେହି ରାଧାମୟ ଭାବରେ ମନ ,ପ୍ରାଣ ଆପ୍ଳୁତ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍