STORYMIRROR

Santosh Pattnayak

Others

3  

Santosh Pattnayak

Others

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
251


ପ୍ରେମ ହିଁ ଜୀବନ ପବିତ୍ର ବନ୍ଧନ

   ପ୍ରେମେ ପୁଣି ଭଗବାନ

ପ୍ରେମ ଆମ ମାତା,ପିତା,ଗୁରୁଜନ

   ପ୍ରେମେ ଜିଇଁଛି ଜୀବନ....


ପ୍ରେମ ନୁହେଁ ଖାଲି ଦୈହିକ ମିଳନ

    ପ୍ରେମ ଅଟେ ଚିର ସୁନ୍ଦର

ପ୍ରେମିକାର ପ୍ରେମ ପ୍ରଣୟରେ ସିନା

    ନୂତନ ସୃଷ୍ଟି ସମ୍ଭାର.....


ପ୍ରେମେ ବ୍ରତୀ ହୁଅ ସମର୍ପଣ ଭାବେ

     ବିଭୂପଦେ ରହୁ ମନ

ପ୍ରେମରେ ହଜିଲେ ରାଗେ ଅନୁରାଗେ

    ଜୀବନ ଦୁଲ୍ଲଭ ସମ.....


ପ୍ରେମ ତରଳାଏ କଠୋର ହୃଦୟ

    ଗର୍ବକୁ କରଇ ଚୁର୍ଣ୍ଣ

ପ୍ରେମ ଏକତାର ମୂଳମନ୍ତ୍ର ଟିଏ

   ପ୍ରେମରେ ବିଶ୍ବକୁ ଜିଣ.....


ପ୍ରେମ ଟା' ପ୍ରେରଣା ମାଦକତା ଭରା

   ପ୍ରେମ ଉତ୍ସାହର ସୁଅ

ପ୍ରେମ ପରିଭାଷା ତ୍ୟାଗ,ସ୍ନେହ, ଶ୍ରଦ୍ଧା

   ପ୍ରେମରେ ନିମଗ୍ନ ରୁହ.....

 -------------------

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍