STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ପ୍ରେମ ଓ ବାସ୍ତୁ

ପ୍ରେମ ଓ ବାସ୍ତୁ

1 min
490


ହୃଦୟର କେଉଁ କଣେ 

ନିଆଁ ମୁଁ ରଖିବି, 

କେଉଁ କଣେ 

ରଖିବି ମୁଁ ପାଣି,

ଏଇ ଟିକି ବକଟେ କଥାକୁ 

ପ୍ରୀୟା ମୋର

ପାରୁନି ମୁଁ ଜାଣି। 


କେଉଁ କଣେ ଆଶା 

ଆଉ କେଉଁ କଣେ 

ରହିବ ବିଶ୍ୱାସ 

ଆତଯାତ କେଉଁ 

ଦ୍ବାର ଅଳିନ୍ଦରେ

ହୋଇବ ନିଶ୍ବାସ। 


ଆଗ୍ନେୟରେ ଜଳାଇ ହୃଦୟ

ଦକ୍ଷିଣ ଆଗ୍ନୟୁ ଆଣି ଢଳାଇବି ଘିଅ

ଦକ୍ଷିଣରେ ପଲଙ୍କେ ଶୟନ

ତୁମ ମନେ କି ଅବା ବାରଣ 

ନୈଋତରେ ମଳ ବହିର୍ଗତ 

ହେବାପାଇଁ ପୁନଃ ଉତଫୁଲ୍ଲିତ ।

ପଶ୍ଚିମ ନୈରୁତେ ବସି ଚିଠି ଯେ ଲେଖିବି 

ପ୍ରେମ ବିଦ୍ୟା ଯେତେ ଅଛି ସେଠା ଅରଜିବି 

ପଶ୍ଚିମ ଗବାକ୍ଷ ପରେ ଫୁଲର ବଗିଚା

ଝରକା ଏ ପାଖେ ବସି ଭୋଜନର ଚର୍ଚ୍ଚା 

ବାୟବ୍ୟ କୋଣଟି ଅଟେ ଅହ୍ନର ଭଣ୍ଡାର 

ସେହି ସ୍ଥାନୁ ଲଭୁଥିବି ପ୍ରସାଦ ଅପାର। 

ଉତ୍ତର ବାୟବ୍ୟ କୋଣ ଅଟେ ରତିଗୃହ 

ସେ ଗୃହେ ପ୍ରବେଶ ଅଟେ ରାତ୍ରିର ସମୟ। 

ଐଶାନ୍ୟ କୋଣରେ ତୁମ ଛବି ରଖିଥିବି

ପ୍ରେମର ଜଳ ପ୍ରବାହେ ନିତି ପୂଜୁଥିବି। 

ପୂର୍ବ ଅବା ଉତ୍ତରରୁ ଭାବ ପ୍ରବେଶିବ 

ମଧ୍ୟ ସ୍ଥଳ ଆଶା ନେଇ ସଦା ରିକ୍ତ ଥିବ। 


ତୁମରି ହୃଦୟ ହେଉ ବାସ୍ତୁ ଅନୁକୁଳ 

ସେ ହୃଦେ ବିରାଜ ହେଉ ସୁଖ ଯେ ସକଳ। 


ମୋ ସ୍ଥିତି ଆସିଲେ ପ୍ରୀୟା କରିବନି ପର 

ଯଦି ବା ମୋ ମନେ ଭରା ଅବାସ୍ତୁର ସାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda