STORYMIRROR

Mithun Sahu

Others

3  

Mithun Sahu

Others

ପ୍ରେମ ଦିୱାନା

ପ୍ରେମ ଦିୱାନା

1 min
13.4K


କିମିଆଁ କରିଛି ମତେ ଆଜି ଗୋରୀ

ତୋହରି ଦେହର ବାସ୍ନା,

ଯେତେ ଚାହିଁଲେବି ତୋ' ଠାରୁ ସତେ

ଦୁରେଇ ରହିପରେନା,,।।

ଜୀବନରେ ମୋର ତତେହିଁ ଚାହୁଁଛି

ଆଉ କିଛି ମୁଁ ଚାହେଁନା,

ତୋ' ବିନା ଖାଲି ଲାଗେ ଏକା ଏକା

ବଞ୍ଚିବା ଟା ଯେ ବାହାନା,,।।

ସାଇତି ରଖିଛି ହୃଦୟରେ ତତେ

ଆଲୋ ମୋ ମନ ମଇନା,

ବୋହୁରାଣୀ କରି ନେଇଯିବି ଦିନେ

କରିବୁନି ମତେ ମନା,,।।

ସବୁ ଜାଣିଶୁଣି କେଜାଣି କାହିଁକି

କରୁଛୁ ଏତେ ବାହାନା,

ତୋ' ପାଇଁ ଆଜି ପାଗଳଟିଏ ମୁଁ

ପ୍ରେମରେ ତୋର ଦିୱାନା,,।।


Rate this content
Log in