STORYMIRROR

Sudhanjali Mishra

Others

3  

Sudhanjali Mishra

Others

ପର୍ବପର୍ବାଣିର ସ୍ମୃତି

ପର୍ବପର୍ବାଣିର ସ୍ମୃତି

1 min
359


ପର୍ବପର୍ବାଣି ର ସ୍ମୃତି

ଆମ ପରମ୍ପରା ଆମ ଗଉରବ

ଆମ ସଂସ୍କୃତି ଓ ପର୍ବପର୍ବାଣି

ପାଳନ କରନ୍ତି ସଭିଏଁ ଏକାଠି

ସଙ୍ଗେ ନେଇ ବନ୍ଧୁ ଭାଇଭଉଣୀ ।।୧।।

ସମସ୍ତ ପର୍ବର ତତ୍ତ୍ବ ଭିନ୍ନ ଭିନ୍ନ

ଐକ୍ୟଭାବ ମୂଳମନ୍ତ୍ର ଏହାର

ଜାତି ବର୍ଣ୍ଣ ଧର୍ମ ନିର୍ବଶେଷେ ଏହି

ନ ଭାବିଣ ଭିନ୍ନ କିଏ କାହାର ।।୨।।

ପର୍ବପର୍ବାଣିର ସ୍ମୃତି ତ ନିଆରା

ସବୁ ମନେ ରହେ ଭୁଲି ହୁଏନା

ଦୋଳିଖେଳ,ଆଉ ସାଙ୍ଗ ସାଥି ମେଳ

ଗୁରୁବାର ପିଠା ଖିଆ କହନା ! ।।୩।।

ବୁଧବାର ରାତି ପିଠା ଛଣା ହୁଏ

ଚଖା ପର୍ବ ଚାଲେ ଅଧରାତିରୁ

ଅମୁଣିଆ କାଢି ଆମକୁ ଦିଅନ୍ତି

ତାହା ଏବେ ସ୍ମୃତି ପିଲାଦିନରୁ ।।୪।।

ପିଠା ପଣା ଆଉ ଭଲଲାଗେ ନାହିଁ

ପିଜା,ବର୍ଗର,ଚାର୍ଟ ଓ ପେଟିସ୍

ପାଶ୍ଚାତ୍ୟ ସଭ୍ୟତା ଆପଣେଇ ନେଇ

ଶାଢୀ ଛାଡି ପିନ୍ଧୁ ଟପ୍,ଜିନସ୍ ।।୫।।

        


Rate this content
Log in