STORYMIRROR

Sushantkumar Pradhan

Others

3  

Sushantkumar Pradhan

Others

ପ୍ରଭୁ ହେ

ପ୍ରଭୁ ହେ

1 min
331


ସାହସ ଶକତି ନିଷ୍କାମ ଭକତି 

ଭରିଦିଅ ଅନ୍ତରରେ 

ତୁମରି ଦର୍ଶନ ତୁମରି ଚିନ୍ତନ 

ଥାଉ ତୁମ ସାନ୍ନିଧ୍ୟରେ ।।


ଦୁଃଖ ଯନ୍ତ୍ରଣାରେ ଅଜ୍ଞାନ ଅନ୍ଧାରେ

ଢାକୁଛି ମୁଁ ଆର୍ତ୍ତ ସୁରେ 

ଶୂନ୍ୟ ଅଛି ମୋର ହୃଦ ସିଂହାସନ 

ବିଜେ ହୁଅ ଆସି ଥରେ ।।


କରୁଅଛି ଅଳି ଘେନ କୃତାଞ୍ଜଳି 

ଆହେ ପରମ ଈଶ୍ୱର 

ଦିବାନିଶି ମୋର ପାଶେ ରହିଥିବ 

ପ୍ରଭୁ ଦୟାର ସାଗର ।।


ଲୋଡା ନାହିଁ ମୋର ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ 

ଖୋଜେ ତୁମରି କରୁଣା 

ସ୍ୱୟଂଭୁ ସୃଷ୍ଟିର ସର୍ବସ୍ୱ ତୁମର

କରନାହିଁ କେବେ ଊଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍