STORYMIRROR

pranati Mahapatra

Others

3  

pranati Mahapatra

Others

ପ୍ରଭୁ ବିଘ୍ନହର୍ତ୍ତା

ପ୍ରଭୁ ବିଘ୍ନହର୍ତ୍ତା

1 min
137


ବିଶ୍ଵବାସୀଙ୍କର ପ୍ରଭୁ ସର୍ବ ବିଘ୍ନହର୍ତା

ଏ ଧରାଧାମର ପ୍ରଭୁ ତୁମ୍ଭେ ଶୁଭକର୍ତ୍ତା।


ବିଘ୍ନହର୍ତା ଶୁଭଦାତା ପାର୍ବତୀ ତନୟ,

ଲମ୍ବୋଦର ସିଦ୍ଧିଦାତା ତ୍ରିପୁର ବିଜୟ।


ସର୍ବାଗ୍ରେ ତବପୂଜା ଭକ୍ତିରେ ସିଦ୍ଧି ସବୁ,

ପୂର୍ଣ୍ଣକୁମ୍ଭେ ଶ୍ରୀଫଳରେ ବିଜେକର ପ୍ରଭୁ।


ଶିବସୁତ ବୃକୋଦର ଗଜେନ୍ଦ୍ର ବଦନ,

ଅଗ୍ରପୂଜ୍ୟ ବୁଦ୍ଧିଦାତା ଗିରିଜା ନନ୍ଦନ।


ତବ ଆଗମନେ ସର୍ବ ଦେବାଦେବୀ ଆସିଥାନ୍ତି,

ଦୁଃଖକଷ୍ଟ ଏ ଧରାରୁ ଉଭେଇ ଦିଅନ୍ତି।


ମୂଷିକ ବାହନ ପ୍ରଭୁ କରିଛ ଧାରଣ,

ତୁମରି ଆଶିଷେ ମୁର୍ଖ ଲଭେ ଗୁଣୀବାନ।


ବକ୍ରତୁଣ୍ଡ, ସିଦ୍ଧିବିନାୟକ ଶ୍ରୀଗଣେଷ,

ବିଘ୍ନେଶ୍ଵର ଘେନ ମୋର କୋଟି ପ୍ରଣିପାତ।


ସଦବିଦ୍ୟା ସଦବୁଦ୍ଧି ମୋତେ ପ୍ରଭୁ ଦିଅ,

 ଅନ୍ଧକାର ଦୂରକରି ଆଲୋକ ଦେଖାଅ।


ତବ ଶ୍ରୀଚରଣେ ବାଢେ ଭକ୍ତି ପୁଷ୍ପାଞ୍ଜଳି,

ଘେନା କର ଏ ନୈବେଦ୍ୟ ପୂର୍ଣ୍ଣକର ଅଳି।



Rate this content
Log in