STORYMIRROR

Sukanti Hotta

Others

2  

Sukanti Hotta

Others

ପ୍ରଭାତ

ପ୍ରଭାତ

1 min
9.3K


ପୂରୁବ ଆକାଶେ ଉଇଁଲାଣି ରବି

ଅନ୍ଧକାର ଦୂର କରି,

ଜୀବନ ଅନ୍ଧାର ଦୂରୀଭୂତ କର

ଆହେ ନୀଳାଦ୍ରି ବିହାରୀ ।

କୂଳୁ କୂଳୁ ନାଦେ ନଦ ନଦୀ ବହେ

ପକ୍ଷୀର ସୁନ୍ଦର ରାବ,

ଦୂର ପରବତ ରକ୍ତିମ ଆକାଶ

ମନେ ଆଣେ ଉନ୍ମାଦ ।

ମନ ଅନ୍ଧକାର ଦୂରୀଭୂତ ହୁଏ

ତୁମର ଆଲୋକ ଦେଖି,

ହେ 'ପ୍ରଭାତ' ତୁମେ କରାଅ ଜାଗ୍ରତ

ଖୋଲିଦିଅ ଆମ ଆଖି ।

ସୁକାନ୍ତି ହୋତା


Rate this content
Log in