STORYMIRROR

B Shankar Mishra. Zitunana

Others

3  

B Shankar Mishra. Zitunana

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
274


ବାଟୁ ଯଦି ସଦା ଅବାଟେ ସେ ଧାଏଁ

ତାକୁ ବା ଚେତେଇ ଦେଉଛି କିଏ,

ଛିଃ.. ଶୁଣିବନି ସଂସାରରୁ ବୋଲି

ସମ୍ମାନକୁ ଜ୍ଞାନୀ ତା' ଜଗି ଥାଏ ।୧।


ନିତିଦିନ କେତେ ଲୀଳା ହେଉଅଛି

ସଭ୍ୟତା, ସଂସ୍କାର ଲୁଚି ଚାଲିଛି,

ସରଳ ମନରେ ଆଘାତ ଦିଏ ସେ

ମାନବିକତା ବି କାହିଁ ଦିଶୁଛି ।୨।


ଶିକ୍ଷା ବ୍ୟବସ୍ଥା ଟା ମୂଳଦୁଆ ହେଲେ

ଲଗାମ ପାଇଁକି ସେ ହୁଗୁଳୁଛି,

ଦଣ୍ଡଜ୍ଞାନ ନାହିଁ ଅଜ୍ଞାନ ତେଜୁଛି

କୁକର୍ମେ ପାଠୁଆ ଧୁମ ମାତୁଛି ।୩।


ଦାୟିତ୍ୱ ଯା'ହାତେ ସୁଧାରିବା ପାଇଁ

ସେମାନେ ରାଇଜ ବଡ଼ ରାକ୍ଷସ,

ନିୟମକାନୁନ ତାଙ୍କ ହାତେ ଛନ୍ଦା

ଦେଖନ୍ତିନି କେବେ ସେ ତାଙ୍କ ଦୋଷ ।୪।


ବହୁପାଠ ପଢି ଚଉକି ପାଆନ୍ତି

ହେଲେ ଚଉକି ସମ୍ମାନ ମିଳୁଛି କାହିଁ,

କଲାକର୍ମେ ତାଙ୍କ ନାହିଁ ପ୍ରତିବନ୍ଧ

ଏଣୁ ଖାତିରି କିଛିକୁ ତାଙ୍କର ନାହିଁ ।୫।


ପ୍ରତିନିଧି ଆମ ଜିଣିଗଲେ ଥରେ

ଗୋଡ଼ ତାର ତଳେ ଲାଗଇ ନାହିଁ,

ଭାଷଣବାଜି ତା' ଛାର ହୁଏ ଖାଲି

ଦୁର୍ଦ୍ଦଶାକୁ ଦିଏ ମୁହଁ ବୁଲାଇ ।୬।


ଭଗବାନଙ୍କର କୃପା ତାଙ୍କ ମୁଣ୍ଡେ

ଅଜାଡନ୍ତି ସେଠି ସେ ସବୁକିଛି,

ଭୋକରେ ଦୁଃଖିର ସଂସାର ଉଜୁଡେ

ତାଙ୍କୁ କାହିଁ କିଏ ସେବା ଦଉଛି ।୭।


ନିର୍ଯାତନା ପୁଣି ଶୋଷଣ ବଢୁଛି

କୁକର୍ମେ ସବୁ ତା' ଧ୍ୟାନ ତ ନାହିଁ,

ମାଲଖିଆ ଆଇନି ପେଟକୁ ବଢାଏ

ଲୁଟଇ ତା'ସେ ନାଲିଆଖି ଦେଖେଇ ।୮।


କହିବ କାହାକୁ କିଏ ବି ଶୁଣୁଛି

ସଭିଏଁ ତ ଲୁଟତରାଜେ ବ୍ୟସ୍ତ,

ଅନ୍ଧ ହୋଇଥାଏ ବିଚାରକ ଯହିଁ

ନ୍ୟାୟ ଦାୟିତ୍ୱ ବି ତା ହାତେ ନ୍ୟସ୍ତ ।୯।


ସଭିଏଁ ଚାଲନ୍ତୁ ଏକ ହୋଇ ଆମେ

ଦେବା ଆମ ବୁଦ୍ଧି, ବିଚାର ଯୋଡ଼ି,

ଆମ ଦୁନିଆରୁ ଲୋପ ପାଉ ସବୁ

ମିଶି ଚାଲ ଦେବା ଦୁର୍ନୀତି ତାଡ଼ି ।୧୦।


ଦେଖୁଛ, ପଢୁଛ, ଶୁଣୁଛ ନିତି ହେ

ସଂସାରର ଏ କି ବିଚିତ୍ର ଲୀଳା,

ଜ୍ଞାନର ସମାଜେ ଆମେରେ ଅଜ୍ଞାନୀ

ମରିପାରୁନୁରେ ତାଙ୍କୁ ଯେ କୀଳା।୧୧।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍