STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପ୍ରାଣ ବଲ୍ଲଭ ହେ

ପ୍ରାଣ ବଲ୍ଲଭ ହେ

1 min
159


ନାଥ ତୁମେ, ଅନାଥର ନାଥ, ଦୀନଜନ ନାଥ

ନାଥ, ତୁମେ ମୋ ଜୀବନ ରଥ,ନାଥ ତୁମେ,,

ତୁମେ ବିଶ୍ଵନାଥ ତୁମେ ଲକ୍ଷ୍ମୀ କାନ୍ତ

ନାଥ ତୁମେ, ଦୁଃଖୀ ର ସଙ୍ଗାତ ତୁମେ ନାଥ ।।


ତ୍ରଇଲୋକ୍ୟ ନାଥ ଅନାଦି ଅନନ୍ତ

ନାଥ,ତୁମେ ତ ଜଗତ ତାତ,ନାଥ ତୁମେ

ଅବିନାଶି ତୁମେ ନିତ୍ୟ ତୁମେ ସତ୍ୟ

ନାଥ ତୁମେ, ପରାଙ୍ଗତି ଦାତା ମୁକ୍ତି ପଥ ।।


ରାଧାନାଥ ନାଥ ତୁମେ ଜଗନ୍ନାଥ

ମୋହିନୀ ମୋହନ ଗୋପୀନାଥ,ନାଥ ତୁମେ

ମୟୂର ମୁକୁଟ ଶିରେ ବିଶୋଭିତ

ନାଥ ତୁମେ, ପ୍ରାଣ ବଲ୍ଲଭ ମୋ ପ୍ରାଣ ନାଥ ।।


ଅଭିନବ ସୃଷ୍ଟି ୟେ ବିଶ୍ଵ ବ୍ରହ୍ମାଣ୍ଡ

ବୈଚିତ୍ରମୟ ଚିତ୍ରେ ଚିତ୍ରିତ,ନାଥ ତୁମେ

କରିଛ ସମ୍ଭବ ତୁମେ ଦୟାବନ୍ତ

ନାଥ ତୁମେ, ସଂସାର ସାର ମୋ ପ୍ରାଣମିତ ।।


ହେ ଚିର ବନ୍ଦିତ ଘେନ ପ୍ରଣିପାତ

(ୟେ)ଦୀନ ଅଧମ ତବ ଆଶ୍ରୀତ, ନାଥ ତୁମେ

ପରା ଦୟାବନ୍ତ ଉଦ୍ଧର ପତିତ

ନାଥ ତୁମେ, ମଙ୍ଗଳମୟ (ମୋ) ପ୍ରାଣ ସଙ୍ଗାତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍