STORYMIRROR

Gouri Panda

Others

3  

Gouri Panda

Others

ପରାଜିତା

ପରାଜିତା

1 min
294


ବଞ୍ଚିବା ପାଇଁକି ତୁମେ ବଞ୍ଚିବା ଶିଖ

ଜୀବନରେ ଅଛି ଆହୁରି ଅନେକ ଦୁଃଖ

ଅଜିତ, ଅମର ଆମ ଜୀବନ ଅଧିପ

ଅନାଦର କରି ନାହିଁ ବାଛ ଅଭିରୂପ। 

ପୋଡିଦିଅ ନାହିଁଆମଜୀବନ ଅନଳେ

ପାଇଅଛୁକରି ପୂଣ୍ୟ ବିଞ୍ଚିଯାଅ ସରଳେ

ଜୀବନଟା ଖାଲି ନୁହେଁ ଭରିଛି ଅତର

ମହମହ ମହକିବ ଆମରି ଅଜର। 

ଅନାବିଳ ଅବିରର ବାସନାରେ ଆଜି 

ମନ ମୋର ଅବସନ୍ନ ଅଭିସାରୀକା ସାଜି

ପୂରିଅଛି ଅଭିଳାଷ ଆହୁରି ଅନେକ 

ପାଇବି ମୁଁ ଅବିକଳ ପ୍ରଶାନ୍ତ ଅନୀକ।

ଅଙ୍କୁରିତ ଅଙ୍କୁର ମୋ ମନ ଉପବନ 

ଅବିରତ ଅବିରାମ ଅବାରିତ ଅନୁଦାନ 

କିଏ ଯେସେହି ଅମିତ ଆରାଧ୍ୟ ଅମର?

ତାଙ୍କରି ଚରଣ ତଳେ ମୋ ମନ ଅଚର

ଅଭିରାମ ଅଭିରୁଚି ଅର୍ପିତ ଅମାପ ଆଗମନେ

ଆବେଗ ସୁବାସିତ ଗୋଲାପ ଆମନ୍ତ୍ରଣେ

ତୁମରି ମୁଁ ହୋଇଯାଏ ଆତୁର

ରହେ ନାହିଁ ଆୟତ୍ତରେମୋ ମନ ଚତୁର

ଛୁଇଁଯାଅ ତନମନ ତୁଟିଯାଉ ଅନୀଶା

ତୁମରି ପରଶ ପାଇ ମେଣ୍ଟି ଯାଉ ପିପାସା

ଆଜୀବନକରିଦେଲି ତୁମକୁ ଅର୍ପଣ

ଅଧର ଆରତିି ତୁମେ କର ମୋ ଗ୍ରହଣ 



Rate this content
Log in