STORYMIRROR

Sukanti Hotta

Others

3  

Sukanti Hotta

Others

ପରାଧୀନ ଜୀବନ

ପରାଧୀନ ଜୀବନ

1 min
69

କେତେ ପୁର୍ଣ୍ୟ ଫଳ ବଳୁ

ମାଲିକର ପାଶେ ଅଛି

ସ୍ନେହ ଆଦରରେ ମୋର

ଦିନ ବିତୁ ଅଛି

ଗଳାରେ ମୋ ନାଲି ନୀଳ

ଡୋରି ବନ୍ଧା ଅଛି

ଭଳିକି ଭଳି ଖାଇବା

ମୋତେ ଯେ ମିଳୁଛି

ମାଲିକର ଗଦିରେ ମୁଁ

ଶୟନ କରୁଛି

ଗାଡ଼ିରେ ବସିକରି

ଦୁନିଆ ବୁଲୁଛି

ଅତି ସ୍ନେହ ଆଦର ମୁଁ

ସଭିଙ୍କ ପାଉଛି

କ୍ଷୀର ଛେନା ମାଂସ ଭାତ

ନିତି ମୁଁ ଖାଉଛି


ସବୁ ଥିଲେ କଣ ହେବ

ସାଙ୍ଗସାଥୀ ନାହିଁ

ଯେତେବେଳେ ତୋତେ ଦେଖେ

ଖୁସି ହୁଏ ମୁଁହି

ତୋର କଥା ଭାବିଦେଲେ

ନିଦ ହୁଏ ନାହିଁ

ଘରଘର ବୁଲୁଥାଉ

ଖାଇବାର ପାଇଁ

ଯାହା ମିଳେ ଯେଉଁଦିନ

ଆନନ୍ଦରେ ଖାଇ

ରାସ୍ତାକଡେ ଗଛମୂଳେ

ଶୋଇଯାଉ ତୁହିଁ

ଅଭାବରେ ଥିଲେ ମଧ୍ୟ

ସ୍ୱାଧୀନତା ଅଛି

ପରାଧୀନ ଭାବରେ ମୋ

ଜୀବନ ବିତୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍