STORYMIRROR

Tapaswini DashSarangi

Others

4  

Tapaswini DashSarangi

Others

ପୋଖରୀ ତୁଠର ଶିଉଳି

ପୋଖରୀ ତୁଠର ଶିଉଳି

1 min
357

କିଛି ଭିନ୍ନ ଲେଖିବାର ପ୍ରୟାସ

ପୋଖରୀ ତୁଠର ଶିଉଳି

ଗାଁ କନିଆଙ୍କ ପାଦର ପରଶ

ପାଇଁ ହେଉଛି ସେ କାଉଳି।

ଗୋରୀ ଲଳନା ଟିଏ ଆସିବ

ତୁଠ ପଥର ଉପରେ ବସିବ

ହଳଦୀ କାଠୁଆ ପାଖରେ ରଖିକି

ଗୋରା ଦେହ ମାଖି ହୋଇବ ।

ହଳଦୀ ରଙ୍ଗକୁ ଲୋଭେଇ

ଯାଉଛି ପୋଖରୀ ତୁଠର ଶିଉଳି

ସେଥିପାଇଁ ହୁଏ କାଉଳି।

ସୁନ୍ଦରୀ ମାନଙ୍କ ସାନ୍ନିଧ୍ୟ ପାଇଁ

ମନ ହୁଏ ତା'ର ହାଇଁ ପାଇଁ

ସେଥିପାଇଁ ନିଇତି ବସିଛି ଚାହିଁ

ସୁରୁଜ ଉଇଁବ ସିନ୍ଦୁରା ଫାଟିବ

ଗଜ ଗାମିନୀଏ ଆସିବେ ଧାଇଁ।

ରସିକିଆ ପଣ ଚାପି ପାରୁନାହିଁ

ମନରେ ଭରିଛି ମହୁଲୀ

ପୋଖରୀ ତୁଠର ଶିଉଳି

ହେଉଛି ସେ ଖାଲି କାଉଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍