ପୋଢୁଆଁ ଅଷ୍ଟମୀ ଜାମା
ପୋଢୁଆଁ ଅଷ୍ଟମୀ ଜାମା
"ପୋଢୁଆଁ ଅଷ୍ଟମୀ ଗଲା ଆଲୋ ମାଆ,
ବାଆ କିଛି କଲାନେଇଁ,"
ସାଙ୍ଗ ସାଥୀ ନୂଆପିନ୍ଧା ଦେଖି ଝୁଅ
ମାଆକୁ କହେ ସକେଇ।
ମାଆ କହେ "ଆଲୋ କଲଟର ଝୁଅ,
ବାଆ କରଜ କରିଚି,
ସବୁ ହପତାରେ ପିଆଦା ଆଉଚି,
କିସ୍ତି କାଟି ନଣ୍ଡଉଚି।
ତିନି ପଇସାର ସୁଧ ହାଙ୍କେ ସିଏ,
ନାଆଁକୁ ଗ୍ରୁଉପୁ ବାଲା,
ହପତାରେ କିସ୍ତି ନଦେଲେ କରନ୍ତି
ଧମକ ଚମକ ପାଲା।
ବାଆ ଆଣିଥେଲା କୋଡିଏ ହଜାର
ଦଦା ବେହେଘର ପେଇଁ,
କେତେ ବରଷଠୁଁ ନୁନୁ ଶୁଜୁଚି,
ମୂଳ କମିବାକୁ ନାଇଁ।
ଗାଇ ନୁନୁ ପେଇଁ ବାଆ ଯାଇଥେଲା
ବେଙ୍କ ବାଲା ପାଖକୁ,
ଫେରି ଆଇଲା ସେ ଆଗୁଆ ମାଗନ୍ତେ
ଦି'ହଜାର ନାଞ୍ଚ ତାକୁ।
ଆବାସ ଯୋଜନା ପେଇଁକି ଲୋ ଧନ
ନୋଡା ଟେବୁଲୁ ତଳିଆ,
କୋଡିଏ ହଜାରେ ନାଞ୍ଚ ଦେଲେ ସିନା
ଟେକିବୁ ଖଣ୍ଡେ କୁଡିଆ।
ବାଆ କରିଥେଲା ଏକେରେ ଚାଷ ଲୋ
ଘୋଡାକୁ ଦାନା ଅଧିକା ,
ସହାୟକ ମୂଲ୍ୟ ସରକାରଙ୍କର,
ଭୋଟ ଧୂଆଁବାଣ ଧୋକା।
କିଏସେ ବିକୁଚି କିଏବା କିଣୁଚି
ସେଇ ଦରରେ ଲୋ ଝୁଅ ?
ମଝି ଦଣ୍ଡିଆଙ୍କ କଚେ ପୁଅ ବାର,
ସକଉଚି ଚଷାପୁଅ।
ସରକାର ଦେଲେ ଗ୍ୟାସ ହାଣ୍ଡି ଲୋ
ଗ୍ୟାସ କିଣୁଚି କିଏ?
ସିଲିଣ୍ଡରଗୋଟା ହଜାରେ ଟଙ୍କା ଲୋ,
ଆଗୁଆ ପଇଠ ହୁଏ।
ଟଙ୍କା ଥେଲେ ସିନା ଗ୍ୟାସ ଜାଳିବୁ,
ନଥିଲେ କି ନାଭ ତୋର
ଡେଙ୍ଗୁରା ପିଟନ୍ତି ସବୁ ଦଉସୁନ୍ତି
ବୋଲି ଆମ ସରକାର।
ନଅଣ୍ଟିଆ କାନି ଗାଣ୍ଡିକି ପାଉନି,
ପିଠି କୋଉଠି ନୁଚୁଚି ?
ପିନ୍ଧୁଥାଆ ଏଇ ସନ ମୋର ଧନ
ମାଗିଯାଚି ଯା ଆଣିଚି।,
