ପଞ୍ଚକ
ପଞ୍ଚକ
1 min
207
ଯେବେ ଆସେ
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ
ଭରିଯାଏ ପ୍ରତିଟି ଶ୍ରଦ୍ଧାଳୁଙ୍କ ହୃଦୟରେ
ଅଜସ୍ର ଖୁସି
ଅୟୁତ ଶ୍ରଦ୍ଧା
ଅସୀମ ଭକ୍ତି
ମାଟିରେ
ପାଣିରେ
ପବନରେ
ମହକିଯାଏ ପବିତ୍ର ପଞ୍ଚକର
ଅପୂର୍ବ ମହକ।
ନିଆରା ସେ
ସାତ୍ତ୍ଵିକ ଭୋଜନର ଆତ୍ମତୃପ୍ତି
ପ୍ରାତଃ ସ୍ନାନର ଶାନ୍ତି
ଫୁଲ ଚନ୍ଦନର ମହାଅର୍ଘ୍ଯ
ତୁଳସୀ ବୃକ୍ଷ ମୂଳେ ପୂଜାର୍ଚ୍ଚନା
ହୁଳହୁଳିର ପୂଣ୍ୟ ସ୍ତୁତି
କିଏ ବୁଝେ କିଏ ଜାଣେ ତାର ମହତ୍ବ
ସେଇ ହିନ୍ଦୁ
ସେଇ ଓଡ଼ିଆ ଜାତି ଛଡା ଏଠି
ଯାହାର
ଶିରା ପ୍ରଶିରାରେ
ରକ୍ତ କଣିକାରେ
ହୃଦୟରେ ମନରେ
ପ୍ରାଣରେ ଆତ୍ମାରେ ଲେଖା ଅଛି
ସେଇ ଧର୍ମ ବିଶ୍ବାସର
ସେଇ ପୂଣ୍ୟ ଐତିହ୍ୟର ସ୍ବରଲିପି।
