ପଣ୍ଡା
ପଣ୍ଡା

1 min

124
ପାଢ଼ୀ ବାବୁକଂ ଦାଢୀ
ଗୋପବନ୍ଧୁ କା ଛାଡି ।
ସେବକ ନିଜେ ଭାବି
ମାଇକି ଧରି ରାବି ।
ବୋଲନ୍ତି ସାଧୁ ବାଣୀ
ସ୍ୱାର୍ଥକୁ ଆଗେ ଆଣି ।
ଚରିତ୍ର ଦେଲେ ସାରି
ପଛରେ ପଡି ନାରୀ ।
ସାହିତ୍ୟ ଚାଷ କରି
ପୁରସ୍କାର କୁ ଧରି ।
କପଟ ଛନ୍ଦ କଥା
ନିଜର କାମେ ମଥା ।
ବ୍ରାହ୍ମଣ ହୋଇ ଘେନା
ମୋଫତ ଗିଳି ଛେନା ।
ସମାଜ ସଂସ୍କାରକ
ଦିଅନ୍ତି ରାବି ଭେକ।
ଖଜିର ଗଛ ସାରା
ପାଆଚ ଦେଖ ପରା ।
ପାଢ଼ୀ ଭାଇନା ଦାଢ଼ି
ବାବାଜୀ ପରି ଛାଡି ।
ଆଇଁସ ଦେଖି ନାଳ
ଚାଟନ୍ତି ବସି ଝୋଳ।