STORYMIRROR

Nrusingha Narayan Tripathy

Others

3  

Nrusingha Narayan Tripathy

Others

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

1 min
169

ପ୍ରଥମ ମାସର ପ୍ରଥମ ବର୍ଷର 

   ଦିନଟି ପଣା ସଂକ୍ରାନ୍ତି

ଶୁଭ ସ୍ୱାଗତମ ଶୁଭ ସ୍ୱାଗତମ

   ମହା ବିଷୁବ ସଂକ୍ରାନ୍ତି ll


ଜନ୍ମ ହନୁମାନ ମହା ବଳବାନ

    ଭକ୍ତ ଶ୍ରୀରାମ ଲକ୍ଷ୍ମଣ

ଅଞ୍ଜନା କୁମର ଜ୍ଞାନର ସାଗର

    ପଣାରେ କରୁ ପୂଜନ ll


ଗ୍ରୀଷ୍ମରେ ଅଧୀର ଜୀବ ଜନ୍ତୁ ନର

     ଜଳହିଁ ଅଟେ ଜୀବନ

 ବୃକ୍ଷେ ଜଳ ଦାନ ତୁଳସୀ ଚନ୍ଦନ

    ବୃନ୍ଦାବତୀ ପଣା ଦାନ ll


କଦଳୀ ନବାତ  ଛେନା କ୍ଷୀର ଘୃତ

     ଆମ୍ବ ବେଲ ପଡି ପଣା

ଆନନ୍ଦେ ପୂଜନ  ସଂକ୍ରାନ୍ତି ପାଳନ

     ସାଙ୍ଗ ସାଥି ଅଭ୍ୟର୍ଥନା ll


ସିଦ୍ଧ ମହାବୀରୀ  କଲ୍ୟାଣ ସବୁରୀ

      ସୁଭାଶିଷ ଦିଅ ଭରି

କରୁଛି ପ୍ରାର୍ଥନା ଦେଇ ଭକ୍ତି ପଣା

     ଦୁଃଖ କଷ୍ଟ ଦିଅ ହରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍