STORYMIRROR

Iswara Chandra Sahu

Others

3  

Iswara Chandra Sahu

Others

ପଲସାଫୁଲ

ପଲସାଫୁଲ

1 min
236


ମୁଇଁ କହୁଛେଁ ପଲ୍ ସା ଫୁଲ୍ ମୋର୍ ଲେଖାନ୍ କିଏ ନାଇଁ

ଫଗୁନ୍ ଜନେ ଫୁଟି ଆଏସିଁ ବଗ୍ ବଗାନୁ ମୁଇଁ ।୧।


ଲାଲ୍ ଟହ ଟହ ଗଛ୍ ଉପରେ କେଡେ ଡଉଲ୍ ହେଇ

ଏକ୍ ଲା ଥାଇ ମୁଲୁର୍ ମୁଲୁର୍ ହସୁଥିସୀ ମୁଇଁ ।୨।


ବାଟେ ଯାଉଥିଲା ସବୁ ଲୁକେ ମତେ ଦେଖୁଥିସନ୍

କେଡେ ସୁନ୍ଦର୍ ପଲ୍ ସା ଫୁଲ୍ ଗା ବାସ୍ ନା ନାଇଁ କହେସନ୍।୩।


ସୁନିକରି ମନ୍ ଲାଗ୍ ସି ଦୁଖ୍ କାଏଁ କର୍ ମି ମୁଇଁ କହ

ବାସ୍ ନା ନି ଥିଲେ ବି ସୁନ୍ଦର୍ ଉପରେ ମର୍ ଠାନୁ କିଏ ନାଇଁ ଯହଁ।୪।


ଆଏଜ୍ କାଳର୍ ଯୁଆନ୍ ମାନକର୍ ସୁନ୍ଦର୍ କେ ସଉକ ଯହଁ

ଅସୁନ୍ଦର୍ କେ କିହେ ନାଇଁ ଦେଖନ୍ ଯେତେ ବାସ୍ ଲେ ମହମହ ।୫।


କହଁର ନାଇଁ ଥିଲେ ବି ସୁନ୍ଦର୍ ରେ ମୁଇଁ ଦେସି ଚମ୍ କେଇ

ଛୁଆରୁ ବୁଢା ସବୁ ଲୁକର୍ ମନ୍ କେ ନେସି ମୋହି ।୬।


ଉଷୋ ହେଇ ମୁଇଁ ଲୁକ୍ ମାନ୍ କର୍ ରୋଗ୍ କେ କର୍ ସିଁ ବନେ,

ଗହକି କରି ତୁଲ୍ ସନ୍ ମତେ ସବେ ଉସତ୍ ମନେ ।୭।


ଫଗୁନ୍ ପୁନି ଆର୍ ଚଇତ୍ ମାସେ ମର୍ ଡିମାନ୍ ବେଶି

ମା ମଙ୍ଗଳା କେ ନେଇ ମଖାସନ୍ ହେଇ କରି ସବେଖୁସି

।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍