STORYMIRROR

Kulamani Sarangi

Others

3  

Kulamani Sarangi

Others

ପଲ୍ଲୀ କବିତା (ପ୍ରୀତିର ମଧୁର ମଧୁ)

ପଲ୍ଲୀ କବିତା (ପ୍ରୀତିର ମଧୁର ମଧୁ)

1 min
868




ପ୍ରୀତିର ମଧୁର ମଧୁ

ଚଖାଇ ଅମର କରିଲେ ବଂଧୁ,

ମଲ୍ଲୀ ଫୁଲ ଲୋ,

ବଂଧୁ ନୁହନ୍ତି ସେ ପ୍ରେମ ସିନ୍ଧୁ,

ମଲ୍ଲୀ ଫୁଲ ଲୋ।


ଆକାଶେ ଜହ୍ନର ହସ,

ମୋ ଗଭାରେ ଯୂଇ କୁସୁମ ବାସ,

ଚମ୍ପା ଫୁଲ ଲୋ,

ତାଙ୍କ ବାହୁରେ ହେଲି ବିବଶ,

ଚମ୍ପାଫୁଲ ଲୋ।


ଚନ୍ଦ୍ର କିରଣ ଚାନ୍ଦୁଆ,

ସୁଲୁ ସୁଲୁ ବହେ ଚଇତି ବାଆ,

କେତକୀ ଫୁଲ,

ମନ ଛୁଇଁ ଦେଲେ ମୋ ବଂଧୁଆ

କେତକୀ ଫୁଲ।


ନଈ ସେପାରିର ବନେ,

ଚକୁଆ ଡାକିଲା କରୁଣ ସ୍ୱନେ

ଜାଇ ଫୁଲ ଲୋ,

ଲାଜ କଥା କହିଲେ ମୋ କାନେ,

ଜାଇଫୁଲ ଲୋ।


ସରମରେ ଗଲି ଜଳି,

ମରମ କଥା ସେ କହିଲେ ବୋଲି,

ମରୁଆ ଫୁଲ,

ତାଙ୍କ କୋଳକୁ ପଡିଲି ଢଳି,

ମରୁଆ ଫୁଲ।


ବାଲିରେ ଥିଲେ ସେ ବସି,

ଶୋଇଥିଲି ତାଙ୍କ କୋଳରେ ହସି,

ମାଳତୀ ଫୁଲ,

ଧୀରେ ଧୀରେ ବଢୁଥିଲା ନିଶି।

ମାଳତୀ ଫୁଲ।


କୁଳୁକୁଳୁ ନଦୀ ନୀର,

ନିରବ ରାତିର ସଂଗୀତ ଝର

ମାଧବୀ ଫୁଲ,

ବଂଧୁ ଗାଆଁ ମୋ ସରଗ ଘର।

ମାଧବୀ ଫୁଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍