STORYMIRROR

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ପଳାଶ

ପଳାଶ

1 min
580


ଡଃ ଶଶୀ ଭୂଷଣ ମହାପାତ୍ର


ଯୌବନ ଡହ ଡହ ରଡ଼ ନିଆଁ

ଜାଳିଦିଏ ଦେହକୁ ଯେମିତି

ପଳାଶ ଜଳୁଛି ସେମିତି,

ଗଛର ତମାମ ସବୁଜିମା ଜାଳି

ତା' ଦେହେ ଲାଗିଛି ନିଆଁ

ପ୍ରକୃତି କରିଛି ତାକୁ କିମିୟା|


ମଣିଷ ଜଙ୍ଗଲ ତା'ପାଇଁ ମନା

ଭଅଁର ତା'ପାଖକୁ ଯିବା ମନା

ଦିଅଁ ପାଖେ ଲାଗିହେବା ମନା

କିଏ ଯେମିତି ଫତୁଆ କରିଛି ଜାରି

ଛୁଅଁନା ଛୁଅଁନା ଅଭିଶପ୍ତ ସେ

ତାକୁ ସବୁଠି ପ୍ରବେଶ ମନା,

ଜହ୍ନ କିନ୍ତୁ କରିନାହିଁ ମନା

ଢାଳିବାକୁ ତା'ଉପରେ ଜ୍ୟୋସ୍ନା,

ପଳାଶ ସାଜିଛି ଆଜି

ଶୋଷି ଶୋଷି ସୂର୍ଯ୍ୟଙ୍କଠୁ ଯେତକ ଲାଲିମା|


ମୁଁ ଛୁଇଁଛି ତାକୁ

ସେବି ଛୁଇଁଛି ମୋ ମନକୁ

ମୋ ମନରେ ତା' ଲାବଣ୍ୟ ଝଟକୁଛି

ମୁଁ ଘଡ଼ିଏ ଅଟକୁଛି

ସେ କିନ୍ତୁ ସେମିତି ଜଳୁଛି |

*******************


Rate this content
Log in