STORYMIRROR

Minakshi Samal

Others

4  

Minakshi Samal

Others

***ପଖାଳ ମହିମା***

***ପଖାଳ ମହିମା***

1 min
216

ଓଡିଆଙ୍କ ପ୍ରାଣ ପଖାଳ କଂସା

ଖାଇଦେଲେ ଉଡେ ନାଇଁରେ ହଂସା

ପଖାଳ ବିକଳ୍ପ ନାହିଁ ମହୀରେ

ପାଟିରେ ତା ସ୍ୱାଦ ଲାଗିଯାଏରେ

ତା'ର ଏମନ୍ତ ଗୁଣ

ବଖାଣିଲେ ଗୋଟେ ହେବ ପୁରାଣ।


ପଖାଳ ସାଙ୍ଗକୁ ଯୋଗାଡ ପାଗ

ବଡିଚୁରା, ମାଛଭଜା କି ଶାଗ

କଷି କାକୁଡି, ଶୁଖୁଆ ବେସର

ମିଶିକି ଖାଇଲେ ଜମେ ଆସର

ତା'ର ନାମ ଏମନ୍ତ

ବଖାଣିଲେ ଗୁଣ ହୁଏନା ଅନ୍ତ।

 

ଆଳୁ, ଟମାଟୋ, ବାଇଗଣ ଭର୍ତ୍ତା

ବଜାରୁ ଆଣନ୍ତି ଘରର କର୍ତ୍ତା

ଆମ୍ବ ନସି ଟିକେ ପକେଇ ଦେଲେ

ମହମହ ବାସ ଚହଟେ ଭଲେ

ତା'ର ଏମନ୍ତ ବାସ୍ନା

ତୃପ୍ତ କରେ ସମସ୍ତଙ୍କ ରସନା ।


ବାଇଗଣ ନିମ୍ବକଢର ଭଜା

ତାସାଙ୍ଗକୁ ଓଲିପିଆଜ ମଜା

କଞ୍ଚାଲଙ୍କା ରସୁଣ ଦଳିଦେଲେ

ଛୁଙ୍କଦିଆ ଦହିପଖାଳ ବେଲେ

ତା'ର ଏମନ୍ତ ସ୍ୱାଦ

ଥିଲେ ଥାଉ କେତେ ପ୍ରକାର ଭେଦ।


ଓଡିଶାବାସୀଙ୍କ ରୋଷେଇଘରେ

ପଖାଳ ହାଣ୍ଡିଟି ରାଜୁତି କରେ

ପେଟ ମନ ହୃଦ ରଖେ ସେ ଥଣ୍ଡା

ବିଶ୍ୱ ଦରବାରେ ଉଡାଏ ଝଣ୍ଡା

ସେ ଯେ ଏମନ୍ତ ଚିଜ

କବିତାଟି ପଢି ମନରେ ହେଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍