STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ପଖାଳ ମହାତ୍ମା

ପଖାଳ ମହାତ୍ମା

1 min
709



(ଆସ ଆସ ଆସ ମୋର ସରଗ ତରା ଲୋ) ବୃତ୍ତେ

.....


ମନେ ରଖିଥାଅ ଜନେ ଆଜିର ଦିନ ହେ

ଦେଖ ଦେଖ ହୋଇଲାଣି ଖରା ଗହନ ହେ (ଘୋଷା)


ଏହି ମାର୍ଚ୍ଚ ମାସ ବିଂଶ ତାରିଖ ଦିନ,

ଓଡ଼ିଶା ମହାନ ପର୍ବ କର ପାଳନ,

ଖାଇ ଥରେ ପଖାଳ, ଜାଣ ତା ଗୁଣ ବଳ,

ଖଇଫୁଟା ଜର ପାଇଁ, ମନଷୋଦ ଏ ଭଲ,

ଖାଇବା ପାଇଁ ମନ, ହୋଇ ଉଠେ ବ୍ୟାକୁଳ

ଖାଉଥିବା, ବେଳେ ଦେଖିଲେ ବହେ ଲାଳ.....


ପରଖି ଦେଖରେ ଥରେ ପଖାଳ କଂସା,

ପଡ଼ିଗଲେ ଫେରି ଆସେ ଉଡ଼ିବା ହଂସା,

ପାଖରେ ଯଦି ଥିବ, ଆମ୍ୱ ଲେମ୍ୱୁ ର ଭାବ,

ପାଟିରୁ ଗଡ଼େ ଲାଳ, ହେଲେ ଶୁଖୁଆ ଠାବ,

ପଳାଇ ଥିଲେ ଉଠି, ପୁଣି ଆସି ବସିବ,

ପାଖେ ଯଦି ଲେମ୍ୱୁ ଲୁଣ ଲଙ୍କା କିଛି ଥିବ.........


ଓଡ଼ିଆ ର ମାଟି ମାଆ ଅଟେ ଉତ୍କଳ,

ଓଡ଼ିଶା ର ପ୍ରୀୟ ଖାଦ୍ୟ ବାସି ପଖାଳ,

ଓଡ଼ିଆ ଭାଷା ଆମ, ମାତୃଭାଷା ଜାଣିଥାଅ,

ଓଡ଼ିଶା ର ଜଗନ୍ନାଥ, ଦହି ପଖାଳ ପ୍ରୀୟ,

ଓଡ଼ିଆ ପୁଅ ହୋଇ ପଛଘୁଞ୍ଚା ନ ଦିଅ,

ଓଡ଼ିଶା ପୁଣି, ହୋଇ ଉଠିବ ସର୍ବ ପ୍ରୀୟ......

*********************

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

କୋରାପୁଟ

9124049129


Rate this content
Log in