STORYMIRROR

Kadambari Mohakhud

Others

4  

Kadambari Mohakhud

Others

ପିତା

ପିତା

1 min
251


ସୁସ୍ଵାଦରେ

 କଲରା ପରି

କଥାଟି ସିନା ପିତା

ହେଲେ

ଜୀବନ ଶିକ୍ଷାରେ

କରାଏ ଜଗତ ଜିତା

ସେ ପିତା ...........

ସବୁଠାରୁ ଶକ୍ତିଶାଳୀ

ସଂସାରରେ ବଡ

ସନ୍ତାନ ଶକ୍ତିର ଯିଏ

ଜୀବନ ଗାତା

ସେ ପିତା ...........

ମାର୍ଗାଧାରଣାଟା

ଶିକ୍ଷାରେ ଦେଖାଇ

ଶିଖରେ ଚଢିବା

ସ୍ୱପ୍ନ ବି ଦେଖାଏ

ସେ ପିତା ............

ପିତୃତ୍ଵର ସ୍ନେହ

ପିତୃତ୍ୱର କର୍ମ

ପିତୃତ୍ୱେ ଅମାପ

ଧୈର୍ଯ୍ୟ

ପିତା ବି ଦେଖାଏ

ସଂସାରକୁ ଆଣି

ଦୁନିଆ ଆଲୋକ ଗାଥା

ସେ ଆମ ଜନମ ଦାତା 

ସେ ପିତା..........

ପିତା ହିଁ ଈଶ୍ୱର

ଜୀବନ ପଥରେ

ପିତା ହିଁ

ପରମ ପୂଜ୍ୟ

ପିତା ପାଇଁ ଝିଅ

ନିର୍ଭୟେ ବାହାରେ

ପୁଅ ବୁଲେ

ଅଚିନ୍ତାରେ

ମୁଣ୍ଡର ଝାଳକୁ

ତୁଣ୍ଡରେ ସେ ମାରି

ଲୁଚାଇ ରଖେ ତା ବ୍ୟଥା

ସେ ଆମ ଜନମ ଦାତା

ସେ ପିତା.......

      ସେ ପିତା ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍